ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ଫ୍ୟାଶନ ଇଭେଣ୍ଟ ମେଟ୍ ଗାଲା ୨୦୨୫ ରେ କେରଳର ଏକ ଛୋଟ ସଂସ୍ଥା ନେୟ୍ଟ୍ ବାଇ ଏକ୍ସଟ୍ରାଓ୍ୱେଭ୍ ପୁଣି ଥରେ ସମସ୍ତଙ୍କ ନଜର ଆକର୍ଷଣ କରିଛି। ଚଳିତ ବର୍ଷ ମେଟ୍ ଗାଲାରେ ମେଟ୍ରୋପଲିଟାନ ମ୍ୟୁଜିୟମ୍ ଅଫ୍ ଆର୍ଟର ପାହାଚରେ ବିଛା ଯାଇଥିବା ନୀଳ ରଙ୍ଗର ଫୁଲମୟ କାର୍ପେଟ କେରଳର ଆଲପ୍ପୁଝା ଅଞ୍ଚଳର ଏହି ସଂସ୍ଥା ଦ୍ୱାରା ନିର୍ମିତ। ଏହା ତୃତୀୟ ଥର ଯେ ନେୟ୍ଟ୍ ବାଇ ଏକ୍ସଟ୍ରାଓ୍ୱେଭ୍ ଏହି ଅନ୍ତର୍ଜାତୀୟ ମଞ୍ଚରେ ଭାରତୀୟ କାରିଗରୀର ପରିଚୟ ଦେଇଛି।ବଲିଉଡ ବାଦଶାହା ଶାହରୁଖ ଖାନ ମେଟ୍ ଗାଲା ୨୦୨୫ରେ ଦମ୍ଦାର ଡେବ୍ୟୁ କରିଥିଲେ। ଯେଉଁଠାରେ ସେ ସମ୍ପୂର୍ଣ୍ଣ ଗ୍ୟାଙ୍ଗଷ୍ଟର ଭାବରେ ନଜର ଆସିଥିଲେ। ଡିଜାଇନର ସବ୍ୟସାଚୀଙ୍କ ପୋଷାକରେ ଶାହରୁଖ ଖାନ ବହୁତ ସୁନ୍ଦର ଦେଖାଯାଉଥିଲେ। ଆଲିଆ ଭଟ୍ଟ ନିଜେ ‘ଲିଜେଣ୍ଡ’ ଲେଖି କିଙ୍ଗ ଖାନଙ୍କ ଫଟୋ ଉପରେ ମନ୍ତବ୍ୟ ଦେଇଛନ୍ତି। ଏହି ଫଟୋଗୁଡ଼ିକରେ ଶାହରୁଖ ଖାନ ପୂରା ଡ୍ୟାସିଙ୍ଗ୍ ଦେଖାଯାଉଥିଲେ। ସେ ଏକ କଳା ପୋଷାକ ପିନ୍ଧିଛନ୍ତି ଏବଂ ତାଙ୍କ ବେକରେ K ନାମ ଥିବା ଏକ ପେଣ୍ଡେଣ୍ଟ ପିନ୍ଧିଥିଲେ।