କମେଡି କିଙ୍ଗ୍ କପିଲ ଶର୍ମାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି ଯେଉଁମାନେ ସର୍ବଦା ତାଙ୍କ କଠିନ ପରିଶ୍ରମ ଏବଂ ହାସ୍ୟରସ ଭାବନାକୁ ପ୍ରଶଂସା କରନ୍ତି । କିନ୍ତୁ ନିକଟରେ କପିଲ ଏପରି କିଛି କରିଛନ୍ତି ଯାହା ସାରା ଇଣ୍ଟରନେଟରେ ଖବରର ଶିରୋନାମା ପାଲଟିଛି । କାରଣ ସେ ବେଶ ପତଳା ନଜର ଆସୁଛନ୍ତି। ଅନେକ ତାଙ୍କୁ ଫିଟ୍ ହୋଇ ଯାଇଥିବା କହୁଥିବା ବେଳେ କିଛି ଅସୁସ୍ଥତା ନେଇ ଚିନ୍ତା ପ୍ରକଟ କରିଛନ୍ତି।
କପିଲ ପୂର୍ବରୁ ସ୍ବାସ୍ଥ୍ୟବାନ ଥିଲେ। ହେଲେ ଏବେ ସେ ଓଜନ ହ୍ରାସ କରିବା ନେଇ ଔଷଧ ଖାଇଥିବା କୁହାଯାଉଛି। ପୂର୍ବରୁ ରାମ କପୁର ଏବଂ କରନ୍ ଜୋହରଙ୍କ ଉପରେ ମଧ୍ୟ ଏଭଳି ଆରୋପ ଲାଗିଛି।କପିଲ ଶର୍ମାଙ୍କ ଭିଡିଓ ଭାଇରାଲ ହେବା ମାତ୍ରେ ଲୋକମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଲୋକମାନେ ପଚାରିଲେ ଯେ ସେ ଓଜନ ହ୍ରାସ କରିବା ପାଇଁ କେଉଁ ପଦ୍ଧତି ବ୍ୟବହାର କରିଥିଲେ । କିଛି ୟୁଜର୍ସ ଏମିତି ମଧ୍ୟ କହିଥିଲେ ଯେ ହୁଏତ କପିଲଙ୍କ ଦେହ ଭଲ ନାହିଁ, ସେ ଅସୁସ୍ଥ ଦେଖାଯାଉଛ । ସେହି ସମୟରେ, କିଛି ଲୋକ କହୁଛନ୍ତି ଯେ ଏହା ଓଜେମ୍ପିକ (ଇଞ୍ଜେକ୍ସନ ବ୍ୟବହାର)ର ପ୍ରଭାବ ନା କପିଲ ସ୍ୱାଭାବିକ ଭାବରେ ଓଜନ ହ୍ରାସ କରିଛନ୍ତି । ଏହି ହାସ୍ୟ ଅଭିନେତା କିଛି ସମୟ ପାଇଁ ସୋସିଆଲ ମିଡିଆରୁ ଦୂରରେ ଥିଲେ ଏବଂ ଏବେ ଯେତେବେଳେ ସେ ଆଗକୁ ଆସିଛନ୍ତି, ତାଙ୍କ ଶାରୀରିକ ପରିବର୍ତ୍ତନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।