କାନପୁରର ଗ୍ରୀନପାର୍କରେ ଭାରତ ଓ ବାଂଲାଦେଶ ମଧରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟ ମ୍ୟାଚ ବେଶ ରୋଚକ ସ୍ଥିତିରେ ରହିଛି। ଲଗାତାର ଦୁଇ ଦିନ ବର୍ଷାରେ ଧୋଇଯିବା ପରେ ସୋମବାର ଚତୁର୍ଥ ଦିନର ଖେଳ ସମ୍ଭବ ହୋଇଥିଲା। ଭାରତ ଟି୨୦ ଫର୍ମାଟର ନୀର୍ଭିକ କ୍ରିକେଟ ଖେଳିଥିବା ବେଳେ ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ ବାଂଲାଦେଶ ହାତରେ ୮ ଉଇକେଟ ରହିଥିବା ବେଳେ ଏହା ୨୬ ରନ୍ ପଛରେ ରହିଛି। ଭାରତ ୯ ଉଇକେଟ ହରାଇ ୨୮୫ ରନ୍ କରିଥିବା ବେଳେ ଦଳ ଇନିଂସ ଘୋଷଣା କରିଥିଲା। ୫୨ ରନ୍ ପଛରେ ରହିଥିବା ବାଂଲାଦେଶ ଦ୍ୱିତୀୟ ଇନିଂସ ସତର୍କତାର ସହ ଆରମ୍ଭ କରିଥିଲା। ୧୮ ଓଭର ଖେଳ ବାକି ରହିଥିବା ବେଳେ ଖରାପ ଆଲୋକ କାରଣରୁ ୧୧ ଓଭରର ଖେଳ ହୋଇପାରିଥିଲା। ତେବେ ତୃତୀୟ ଦିନର ଅସମାପ୍ତ ସ୍କୋର ୧୦୭/୩ରୁ ଖେଳ ଆରମ୍ଭ କରିଥିଲା ବାଂଲାଦେଶ।