ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପଲ ସିଇଓ ଟିମ୍ କୁକଙ୍କୁ ଭାରତରେ ଫ୍ୟାକ୍ଟ୍ରିସ୍ଥାପନ ନକରିବାକୁ କହିଛନ୍ତି। ସେ କହିଛନ୍ତି ଯେ ସେ ଚାହାଁନ୍ତି ନାହିଁ ଯେ ଆପଲ୍ ଭାରତରେ ଆଇଫୋନ୍ ଉତ୍ପାଦନ କରୁ। ଟ୍ରମ୍ପଙ୍କ ଏହି ବୟାନକୁ ବଲିଉଡ୍ ଅଭିନେତ୍ରୀ ଏବଂ ଭାରତୀୟ ଜନତା ପାର୍ଟି ସାଂସଦ କଙ୍ଗନା ରଣାୱତ ସମାଲୋଚନା କରିଛନ୍ତି।କଙ୍ଗନା କହିଛନ୍ତି ଯେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଫୋନ୍ ଆସିବା ପରେ ସେ ଏହି ପୋଷ୍ଟକୁ ହଟାଇ ଦେଇଛନ୍ତି। ସେ କହିଛନ୍ତି, ଜାତୀୟ ସଭାପତି ଜେପି ନଡ୍ଡା ମୋତେ ଫୋନ୍ କରି ପୋଷ୍ଟ ହଟାଇବାକୁ କହିଥିଲେ । ଯେଉଁଥିରେ ସେ ଟ୍ରମ୍ପ ଆପଲ୍ ସିଇଓ ଟିମ୍ କୁକ୍ଙ୍କ ଭାରତରେ ପ୍ରଡକ୍ସନ ନକରିବା ବିଷୟରେ ମୁଁ ଏକ ଟିପ୍ପଣୀ ଦେଇଥିଲେ ।ବିଜେପି ସାଂସଦ କଙ୍ଗନା କହିଛନ୍ତି, ମୁଁ ମୋର ବ୍ୟକ୍ତିଗତ ମତାମତ ପୋଷ୍ଟ କରିଥିବାରୁ ଦୁଃଖିତ। ନିର୍ଦ୍ଦେଶ ଅନୁଯାୟୀ, ମୁଁ ତୁରନ୍ତ ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରୁ ମଧ୍ୟ ହଟାଇ ଦେଇଛି।