ବଲିଉଡ୍ ଅଭିନେତା-ନିର୍ଦ୍ଦେଶକ ତଥା ଭାଜପା ଏମ୍ପି କଙ୍ଗନା ରାଣାଓ୍ବତଙ୍କ ଫିଲ୍ମ ‘ଏମରଜେନ୍ସିଂ’ ନାନାଦି ବିବାଦ ପରେ ରିଲିଜ ହେଉଛି। ଜାନୁଆରୀ ୧୭ରେ ଏହା ପରଦାକୁ ଆସିବ।ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି।ଏହାପୂର୍ବରୁ କଙ୍ଗନା କହିଛନ୍ତି, “ମୁଁ ସଂସଦରେ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିଥିଲି। ପ୍ରଥମ ଭେଟରେ ମୁଁ ତାଙ୍କୁ ଏମର୍ଜେନ୍ସି ସିନେମା ଦେଖିବାକୁ ନିମନ୍ତ୍ରଣ କରିଥିଲି।ସେ ବେଶ ବିନମ୍ର ରହିଥିଲେ। ସେ କହିଥିଲେ, ସମ୍ଭବତଃ ଦେଖିବି। ତେଣୁ ସେମାନେ ସିନେମା ଦେଖୁଛନ୍ତି କି ନାହିଁ, ଦେଖାଯାଉ। ମୁଁ ଭାବୁଛି ଏହା ଅତ୍ୟନ୍ତ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ସିନେମା।କଙ୍ଗନା କହିଛନ୍ତି ଯେ ଇନ୍ଦିରା ଗାନ୍ଧି ଜଣେ ଭଲ ନେତା ମଧ୍ୟ ଥିଲେ। ତାଙ୍କୁ ଲୋକମାନେ ଭଲ ମଧ୍ୟ ପାଉଥିଲେ। ୩ ଥର ପ୍ରଧାନମନ୍ତ୍ରୀ ହେବା ଗୋଟିଏ ସାଧାରଣ କଥା ନୁହେଁ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।