ଆଜି ଭାଦ୍ରବ କୃଷ୍ଣ ଏକାଦଶୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାଳୀୟଦଳନ ବେଶ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପରମ୍ଫରା ସ୍ୱତନ୍ତ୍ର ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଆଗ୍ୟଂମାଳ ପରେ ପାଲିଙ୍କିରେ ବିଜେ କରନ୍ତି ଶ୍ରୀଜିଉ ।
ତାପରେ ସେଠାରେ ଉପସ୍ଥିତ ଥିବା ସେବାୟତ ମାନେ ସରଲବଣି ଭୋଗ ପରେ ମାର୍କଣ୍ତ ପୁଷ୍କରିଣୀରେ ଏହି ନୀତି ଅନୁଷ୍ଠିତ ହେବ । ତେବେ ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ର କାଷ୍ଠ ନିର୍ମିତ ବେତ, ସୂତା ଓ କନାରେ ପ୍ରସ୍ତୁତ ପ୍ରାୟ ୩୦ ଫୁଟ ଲମ୍ୱର ବିରାଟକାୟ ସପ୍ତଫେଣିଆ କାଳୀୟ ସର୍ପକୁ ରତ୍ନସିଂହାସନ ଉପରକୁ ନିଆଯାଇଥାଏ। ଫେଣିଆ ମସ୍ତକ ଶ୍ରୀଜଗନ୍ନାଥଙ୍କ ଶ୍ରୀପୟର ତଳେ ଓ ଅବଶିଷ୍ଟ ଅଂଶ ଠାକୁରଙ୍କ ସମସ୍ତ ଶରୀରକୁ ଆବୃତ କରି ରଖାଯାଏ। ଅନ୍ୟପଟେ ଶ୍ରୀଜିଉଙ୍କ ପାଇଁ ଆସିଥିବା ଅମୃତ ଲଡୁକୁ ପୁଷ୍ପାଳକ ସେବାୟତ ମାନେ ଶ୍ରୀବିଗ୍ରହରେ ଲାଗି କରିବାର ପରମ୍ଫରା ବା ନୀତି ରହିଛି ।