ନବରାତ୍ରୀର ନଅ ଦିନରେ ଦେବୀ ଦୁର୍ଗାଙ୍କ ନଅଟି ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ। ଯେପରିକି ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମମଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ। ପ୍ରଥମ ଦିନରେ କଳସ ପ୍ରତିଷ୍ଠା କରାଯାଇ କଳସରେ ପାଣି, ଗହମ, ବାର୍ଲି ଇତ୍ୟାଦି ଭର୍ତ୍ତି କରି ପୂଜା କରାଯାଏ। ନବରାତ୍ରୀ ସମୟରେ ଏକ ଅଖଣ୍ଡ ଦୀପ ଜଳାଯାଏ।ନବରାତ୍ରୀର ପ୍ରଥମ ଦିନରେ କଳସ ସ୍ଥାପନା ପାଇଁ ପ୍ରଥମେ ପୂଜାସ୍ଥାନରେ ଲାଲ କପଡା ବିଛାଇ ଅରୁଆ ଚାଉଳ ରଖନ୍ତୁ। ଏହା ଉପରେ ମା ଦୁର୍ଗାଙ୍କ ମୂର୍ତ୍ତିର୍ ରଖନ୍ତୁ। କଳାସକୁ ପାଣିରେ ଭର୍ତ୍ତି କରି ଏଥିରେ ଗଙ୍ଗାଜଳ, ମୁଦ୍ରା, ହଳଦୀ ଗୁଣ୍ଡ, ଦୁବଘାସ, ପାନ ସବୁ ପକାଇ ସ୍ଥାପନ କରନ୍ତୁ। କଳସ ଉପରେ ୫ଟି ପତ୍ର ଥିବା ଆମ୍ବ ପତ୍ର ରଖି, ତାହା ଉପରେ ନାଲି କପଡାରେ ନଡିଆକୁ ବାନ୍ଧି ରଖନ୍ତୁ। କଳସକୁ ଏପରି ଭାବେ ସ୍ଥାପନ କରିବା ପରେ ଧୂପ, ଦୀପ, ନୈବେଦ୍ୟ ଦେଇ ପୂଜା କରନ୍ତୁ।