ଏ ବର୍ଷ ଯାତ୍ରା ଜଗତରୁ ଦୂରେଇ ରହିପାରନ୍ତି ପୀୟୁଷ ତ୍ରିପାଠୀ। ବାପାଙ୍କ ଚିଠିକୁ ନେଇ ଏବେ ହେଉଛି ଚର୍ଚ୍ଚା। ପୀୟୁଷଙ୍କ ବାପାଙ୍କ ଚିଠିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ପୀୟୁଷଙ୍କ ସ୍ୱାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ନେଇ ପୀୟୁଷଙ୍କ ବାପାଙ୍କ ଚିଠି ଲେଖିଛନ୍ତି।ଯାତ୍ରା ମିଲିକ ମହାସଂଘ ସଭାପତିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ପୀୟୁଷଙ୍କ ବାପା। ଆଉ ଚିଠିରେ ଲେଖାଅଛି ପୀୟୁଷ ଚଳିତ ବର୍ଷ ଯାତ୍ରା କରିବାକୁ ଚାହୁଁନାହିଁ। କାରଣ ତାର ପାରିବାରିକ ଓ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି।ସୂଚନାଯୋଗ୍ୟ, ପ୍ରଥମେ ଯାତ୍ରା ସିଂହବାହିନୀ ଅପେରା ମାଲିକଙ୍କ ପୀୟୂଷଙ୍କ ବିରୋଧରେ ଚୁକ୍ତି ଖିଲାପ ଅଭିଯୋଗ ଏବଂ ଉଭୟଙ୍କ ମଧ୍ୟରେ ବିବାଦର ମୀମାଂସା ପରେ, ପୁଣି ସେ ଚୁକ୍ତିବଦ୍ଧ ଥିବା ଯାତ୍ରା ସୂର୍ଯ୍ୟମନ୍ଦିର ମାଲିକ ବି ଆଣିଥିଲେ ଚୁକ୍ତି ଖିଲାପୀର ଗୁରୁତର ଅଭିଯୋଗ । ଯାହାକୁ ନେଇ ଚର୍ଚ୍ଚାରେ ରହିଥିଲେ ଜଲିଉଡ ହାଇପେଡ୍ ଆକ୍ଟର ପୀୟୂଷ ତ୍ରିପାଠୀ ।