ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ-ମେନ) ୨୦୨୫-୨୬ ସେସନ-୨ର ଫଳାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ www.jeemain.nta.ac.in ଓ୍ବେବସାଇଟକୁ ଯାଇ ନିଜ ପରୀକ୍ଷା ଫଳ ଯାଞ୍ଚ କରିପାରିବେ।
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ଵାରା ଆୟୋଜିତ ଏହି ପରୀକ୍ଷାରେ ୨୪ ଛାତ୍ରଛାତ୍ରୀ ୧୦୦ ପର୍ସେଣ୍ଟାଇଲ ରଖି ଶୀର୍ଷ ସ୍ଥାନରେ ରହିଛନ୍ତି। ଏହି ୨୪ ଜଣଙ୍କ ମଧ୍ୟରେ ଓଡ଼ିଶାର କୌଣସି ଛାତ୍ରଛାତ୍ରୀ ନାହାନ୍ତି। ତେବେ ଓଡ଼ିଶାର ନବନୀତ ପ୍ରିୟଦର୍ଶୀ ୯୯.୯୮ ପର୍ସେଣ୍ଟାଇଲ ସ୍କୋର କରି ରାଜ୍ୟ ଟପ୍ପର ହୋଇଛନ୍ତି। ତେବେ ଜେଇଇ ମେନ ପରୀକ୍ଷା ଏପ୍ରିଲ ୨ରୁ ୮ ମଧ୍ୟରେ ଆୟୋଜିତ ହୋଇଥିଲା । ବିଟେକ ଏବଂ ବିଇ ପେପର ୧ରେ ଜେଇଇ ମେନ୍ ୨୦୨୫ରେ ୩ଟି ବିଷୟ ସାମିଲ ଥିଲା । ଫିଜିକ୍ସ, କେମେଷ୍ଟ୍ରି ଏବଂ ଗଣିତ । ଏହି ପରୀକ୍ଷା ୩୦୦ ମାର୍କର ରହିଥିଲା । ଏନଟିଏ ପକ୍ଷରୁ ୧୧ ଏପ୍ରିଲରେ ଉତ୍ତର ପ୍ରାକଶିତ କରିଥିଲା । ପରୀକ୍ଷା ଦେଇଥିବା ପ୍ରାର୍ଥୀ ୧୩ ଏପ୍ରିଲ ମଧ୍ୟରେ ଆପତ୍ତି କରିବା ପାଇଁ ବିକଳ୍ପ ପ୍ରକାଶ ପାଇଥିଲା ।