ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ଙ୍କ ଉପରେ ଖସିଲା ଦୁଃଖର ପାହାଡ଼ । ଆଜି(ରବିବାର) ଅଭିନେତ୍ରୀଙ୍କ ମାଆଙ୍କ ଦେହାନ୍ତ ହୋଇଛି । ଜ୍ୟାକଲିନଙ୍କ ମାଆ ଗତ କିଛି ଦିନ ଧରି ଅସୁସ୍ଥ ରହିଥିଲେ । ସେ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ । ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ପରଲୋକ ହୋଇଛି ।ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ଠୋସ୍ ସୂଚନା ନଥିଲେ ହେଁ, ରିପୋର୍ଟ ଅନୁଯାୟୀ, ଜାକଲିନଙ୍କ ମାଆ କିମ ଫର୍ଣ୍ଣାଣ୍ଡିଜଙ୍କୁ ଗତ ମାର୍ଚ୍ଚ ୨୪ ତାରିଖରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । କୁହାଯାଉଛି ଗତ ସପ୍ତାହରେ ଅଭିନେତ୍ରୀଙ୍କ ମାଆଙ୍କ ହୃଦଘାତ ହୋଇଥିଲା । ପରେ ତାଙ୍କୁ ମୁମ୍ବାଇର ଲିଲାଭାଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ଜ୍ୟାକଲିନ ତାଙ୍କ ମାଆଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି । କାରଣ ଏହି ଅଭିନେତ୍ରୀ ତାଙ୍କ ମାଆଙ୍କ ଖୁବ ନିକଟତର ଥିଲେ । ଜ୍ୟାକଲିନ ଙ୍କ ମାଆ କିମ ଫର୍ଣ୍ଣାଣ୍ଡିଜ୍ ହୁଏତ ସବୁବେଳେ ଲାଇମଲାଇଟରୁ ଦୂରରେ ରହୁଥିଲେ, କିନ୍ତୁ ସେ ତାଙ୍କ ଝିଅ ଜ୍ୟାକଲିନ ଙ୍କ ଜୀବନର ସବୁଠାରୁ ବଡ଼ ସମର୍ଥକ ଥିଲେ ।ଏହି ଖବର ଅନ୍ୟଙ୍କୁ ଶେୟାର କରନ୍ତୁ ।