ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ବର୍ଷିଲେ ଅଭିନେତ୍ରୀ ସମିତା ଶେଟ୍ଟୀ । ସୋସିଆଲ ମିଡିଆରେ ଏକ ଭିଡିଓ କରି ନିଜର ରାଗ ପ୍ରକାଶ କରିଛନ୍ତି । ସମିତା ଶେଟ୍ଟୀ କହିଛନ୍ତି ଯେ, ସେ ଏକ ଇଭେଣ୍ଟ ପାଇଁ ଚଣ୍ଡିଗଡ଼କୁ ଆସିଥିଲେ, କିନ୍ତୁ ବିମାନ କମ୍ପାନୀ ତାଙ୍କୁ କିଛି ନ ଜଣାଇ ବିମାନରୁ ତାଙ୍କ ଲଗେଜ୍ ବାହାର କରିଦେଇଛି । ଏଭଳି ପରିସ୍ଥିତିରେ ମୁଁ କେମିତି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବି ? ଏହା ଅତ୍ୟନ୍ତ ଦାୟିତ୍ୱହୀନତା ।ସେ ଆହୁରି ମଧ୍ୟ କହିଛନ୍ତି, ଇଣ୍ଡିଗୋ ଏୟାରଲାଇନ୍ସ ମୋତେ ନ ଜଣାଇ ଏପରି କେମିତି କରିପାରିଛି । ଚଣ୍ଡିଗଡ ଆସିବାକୁ ଥିବା ଆଉ ଏକ ଫ୍ଲାଇଟରେ ବ୍ୟାଗ ଆଣିବା ନେଇ ସେମାନେ ମୋତେ କହୁଛନ୍ତି । ଏହା ରାତି ପ୍ରାୟ ୧୦.୩୦ ରେ ଇଭେଣ୍ଚ ଶେଷ ହେବା ପରେ ଲ୍ୟାଣ୍ଡ କରିବ । ଗ୍ରାଉଣ୍ଡ ଷ୍ଟାଫକୁ ମଧ୍ୟ ଜଣାନାହିଁ ସେମାନେ କିପରି ସାହାଯ୍ୟ କରିବେ ।ଇଣ୍ଡିଗୋ ବୟାନରେ ସମିତା କହିଛନ୍ତି, ଆପଣ ଯାତ୍ରୀଙ୍କ ସହିତ ବିନା କଥାବାର୍ତ୍ତାରେ କିଭଳି ବ୍ୟାଗ କାଢିପାରିବେ । ଏହା ସଂପୂର୍ଣ୍ଣ ଭୁଲ ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।