ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ମଧ୍ୟରୁ ‘ଇଣ୍ଡିଆନ ଆଇଡଲ’ ଅନ୍ୟତମ। ନିକଟରେ ଏହାର ଗ୍ରାଣ୍ଡ ଫାଇନାଲ ହୋଇଥିଲା। ହେଲେ ଏବେ କିଛି ସମୟ ପୂର୍ବରୁ ବିଶାଲ ଶୋ’ ଛାଡ଼ିବା ନେଇ ଘୋଷଣା କରିଛନ୍ତି। ୬ ବର୍ଷ ପରେ ସେ ହଠାତ୍ ଶୋ’ ଛାଡ଼ୁଥିବାରୁ ପ୍ରଶଂସକ ଏବଂ ଦର୍ଶକ ଚକିତ ହୋଇଛନ୍ତି।ଏଯାବତ ବିଶାଲ ‘ଇଣ୍ଡିଆନ ଆଇଡଲ୍’ର ୬ ସିଜନ ହୋଷ୍ଟ କରିଛନ୍ତି। ପ୍ରାରମ୍ଭିକ ଦିନରେ ସେ ନେହା କକ୍କର ଏବଂ ହିମେଶ ରେଶମିୟାଙ୍କ ସହ ହୋଷ୍ଟ କରିଥିଲେ। ଏବେ ସେ ଶୋ’ରୁ ବିଦାୟ ନେଇ କହିଛନ୍ତି, ବିଚାରପତି ଭାବେ ଏହାର ମୋର ଅନ୍ତିମ ସିଜନ ଥିଲା। ସମସ୍ତଙ୍କୁ ବିଦାୟ ଜଣାଉଛି। ଆଶା କରୁଛି ଶୋ’ ମୋତେ ସେତିକି ମନେ ପକାଇବ ଯେତିକି ମୁଁ ମନେ ପକାଇବି। ।