ବୁଧବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍ । ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ର ପ୍ରଥମ ମୁକାବିଲା ବେଙ୍ଗାଲୁରୁରେ ଖେଳାଯିବ । ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛି ଟିମ୍ ଇଣ୍ଡିଆ । ନିକଟରେ ବାଂଲାଦେଶକୁ ଉଭୟ ଟେଷ୍ଟ ଏବଂ ଟି-୨୦ ସିରିଜ୍ରେ ମାତ୍ ଦେଇଛି । ବାକି ଏବେ ନ୍ୟୁଜିଲାଣ୍ଡର ପାଳି ।ପ୍ରଥମ ଟେଷ୍ଟ ପାଇଁ ସମ୍ଭାବିତ ଭାରତୀୟ ଦଳ- ଯଶସ୍ୱୀ ଜୈସଓ୍ୱାଲ୍, ରୋହିତ ଶର୍ମା (ଅଧିନାୟକ), ଶୁଭମନ୍ ଗିଲ୍, ବିରାଟ କୋହଲି, ରିଷଭ ପନ୍ଥ (ଓ୍ୱିକେଟ୍ କିପର) , କେଏଲ୍ ରାହୁଲ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷର ପଟେଲା/ କୁଳଦୀପ ଯାଦବ, ଜଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ ।ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍
- ୧୬ ଅକ୍ଟୋବର : ପ୍ରଥମ ଟେଷ୍ଟ, ବେଙ୍ଗାଲୁରୁ
- ୨୪ ଅକ୍ଟୋବର : ଦ୍ୱିତୀୟ ଟେଷ୍ଟ, ପୁଣେ
- ୧ ନଭେମ୍ବର : ତୃତୀୟ ଟେଷ୍ଟ, ମୁମ୍ବାଇ