ଭାରତ-ବାଂଲାଦେଶ ମଧ୍ୟରେ ୨ୟ ଟି-୨୦ ମ୍ୟାଚ ବୁଧବାର ଅନୁଷ୍ଠିତ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦଳକୁ ୨୨୨ ରନର ଟାର୍ଗେଟ ଦେଇଛି। ମ୍ୟାଚ୍ରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳର ଭଲ ଆରମ୍ଭ କରି ନଥିଲା। ଦଳ ୨୫ ରନରେ ୨ ୱିକେଟ୍ ଏବଂ ୪୧ ରନରେ ତୃତୀୟ ୱିକେଟ୍ ହରାଇଥିଲା। ସଞ୍ଜୁ ସାମସନ (୧୦), ଅଭିଷେକ ଶର୍ମା (୧୫) ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୮) ଶୀଘ୍ର ପାଭିଲିୟନକୁ ଫେରିଥିଲେ। ଏହା ପରେ ନୀତୀଶ ରେଡ୍ଡୀ ଏବଂ ରିଙ୍କୁ ସିଂ ଦାୟିତ୍ୱ ଗ୍ରହଣ କରିଥିଲେ। ନିତିଶ ରେଡ୍ଡୀଙ୍କ ଜବରଦସ୍ତ ୭୪(୩୪) ଏବଂ ରିଙ୍କୁ ସିଂହଙ୍କ ୫୩(୨୯) ରନର ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ବିନିମୟରେ ୨୨୧ କରିବାର ସଫଳ ହୋଇଛି।ବାଂଲାଦେଶ ପାଇଁ ରିଷଦ ହୁସେନ୍ ସର୍ବାଧିକ ୩ ୱିକେଟ୍ ନେଇଥିଲେ। ମୁସ୍ତାଫିଜୁର ରହମାନ, ତସ୍କିନ୍ ଅହମ୍ମଦ ଏବଂ ତାନଜିମ ହାସନ ସାକିବ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି।