ବ୍ରିସବେନର ଗାବା କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ବର୍ଷା ହେତୁ ପ୍ରଥମ ଦିନର ଖେଳ ବାତିଲ କରାଯାଇଛି। ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ କୌଣସି ଓ୍ବିକେଟ ନ ହରାଇ ୨୮ ରନ କରିଛି, କିନ୍ତୁ ଗାବା ଟେଷ୍ଟର ଦ୍ୱିତୀୟ ଦିନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ଏଜେନ୍ସିମାନଙ୍କ ଅନୁସାରେ ଡିସେମ୍ବର ୧୫ରେ ସକାଳ ସମୟରେ ବର୍ଷା ହେବାର ୪୬% ସମ୍ଭାବନା ରହିଛି ଏବଂ ଅପରାହ୍ନରେ ଆକାଶ ମେଘୁଆ ରହିବ। ଏଭଳି ସ୍ଥିତିରେ ବର୍ଷା ମଧ୍ୟ ଦ୍ବିତୀୟ ଦିନର ଖେଳରେ ବାଧକ ସାଜିପାରେ ।ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଭାରତୀୟ ସମୟ ସକାଳ ୫.୫୦ରେ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ଦ୍ୱିତୀୟ ଦିନର ମ୍ୟାଚ ଅଧ ଘଣ୍ଟା ପୂର୍ବରୁ ଆରମ୍ଭ ହେବ। ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ଟୁଇଟ କରି କହିଛି – ବର୍ଷା ହେତୁ ବ୍ରିସବେନ୍ରେ ପ୍ରଥମ ଦିନର ଖେଳ ଆଜି ବନ୍ଦ ହୋଇଯାଇଛି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।