ପୋଦିନା ପତ୍ରକୁ ଚଟଣୀ, ସାଲାଡ. ସରବତ ରୂପେ ବ୍ୟବହାର କରୁ । ଏହା ପାଟିକୁ ଯେମିତି ଭଲ ସେମିତି ଦେହ ପାଇଁ ବି ହିତ ।ଶ୍ବାସ ରୋଗୀଙ୍କ ପାଇଁ ଏହା ଅବ୍ୟର୍ଥ ଔଷଧ ପରି କାମ କରେ। ଏହାକୁ ଦୈନିକ ଖାଇବା ଦ୍ବାରା ଶ୍ବାସ ରୋଗ ଆୟତ୍ତରେ ରହିଥାଏ।ଥଣ୍ଡା, କାଶ, ଜ୍ବର ଆଦି ପାଇଁ ମଧ୍ୟ ଏହି ପତ୍ର ଔଷଧୀୟ କାର୍ଯ୍ୟ କରିଥାଏ। ଯଦି ଆପଣଙ୍କର ଥଣ୍ଡା ଶରୀର ତେବେ ଆପଣ ଏହାକୁ ନିତିଦିନ ଖାଇବାର ଅଭ୍ୟାସ ରଖିପାରନ୍ତି।ପୋଦିନା ପତ୍ର ହଜମ ଶକ୍ତି ବୃଦ୍ଧି କରାଏ । ପେଟ କାଟିବା,ପେଟ ପୋଡ଼ାଜଳା ଆଦି ସମସ୍ୟାକୁ ଦୂର କରିଥାଏ ।ପୋଦିନା ପତ୍ର ଚୋବାଇବା ଦ୍ବାରା ଓଜନ କମ୍ ହେବାରେ ସହାୟକ ହୋଇଥାଏ ।ପୋଦିନା ପତ୍ର ଖାଇବା ଦ୍ବାରା ମସ୍ତିଷ୍କ ତୀକ୍ଷ୍ଣ ହୋଇଥାଏ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।