ପବିତ୍ର ସୁନାବେଶରେ ଅଘଟଣ । ରାଧାବଲ୍ଲଭ ମଠରୁ ଖସି ପଡ଼ି ଜଣେ ଭକ୍ତ ଗୁରୁତର ଆହତ ହୋଇଛନ୍ତି । ଜଗତସିଂହପୁର ପାଟେଳୀ ଗାଁର ବାବାଜୀ ବେହେରା ଗୁରୁତର ହୋଇଛନ୍ତି । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ରାଧାବଲ୍ଲଭ ମଠରେ ବସିଥିବାବେଳେ ଭକ୍ତଙ୍କୁ ମାଙ୍କଡ ଗୋଡାଇଥିଲା। ଏଥିରେ ବାବାଜୀ ବେହେରା ନାମକ ଜଣେ ବ୍ୟକ୍ତି ତଳକୁ ପଡିଯାଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ପୁରୀ ବଡ ଡାକ୍ତରଖାନା ନିଆଯାଇଥିଲା, ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ତେବେ ସେ କାହିଁକି ଚଢ଼ିଥିଲେ ଏବଂ କିଭଳି ଖସି ପଡ଼ିଲେ, ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ ।