ଦ୍ୱୀତିୟଥର ମା’ ହେବାକୁ ଯାଉଛନ୍ତି ବଲିଉଡ ନାୟିକା ଇଲିଆନା ଡି’କୃଜ୍। ନୂଆବର୍ଷରେ ଇଲିଆନା ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟରୁ ଏହି ଚର୍ଚ୍ଚା ହେଉଛି। ପୋଷ୍ଟ କରିଥିବା ଭିଡିଓରେ ଇଲିଆନା ୨୦୨୪ରେ ସମସ୍ତ ଅଭୁଲା ମୁହୂର୍ତ୍ତକୁ ମାନେ ପକାଇବା ସହିତ ୨୦୨୫ କୁ ସ୍ୱାଗତ କରିଛନ୍ତି। ଭିଡିଓରେ ଅକ୍ଟୋବର ମାସର ଝଲକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏଥିରେ ଇଲିଆନା ତାଙ୍କ ଗର୍ଭବତୀ ହେବାର କିଟ୍ ଦେଖାଉଥିବା ନଜର ଆସିଛି। ଏହି ସମୟ ମଧ୍ୟରେ ଅଭିନେତ୍ରୀ ମଧ୍ୟ ବହୁତ ଭାବପ୍ରବଣ ଦେଖାଯାଉଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଅନୁମାନ କରିବା ଆରମ୍ଭ କରିଛନ୍ତି ଯେ ଇଲିଆନା ବୋଧହୁଏ ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।