ଗିରଫ ହେଲେ ଇଡ୍କୋ ଜୁନିୟର ମ୍ୟାନେଜର। ଭିଜିଲାନ୍ସ ଜାଲରେ ଫସିଥିବା ଇଡ୍କୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହ ଗୁରୁବାର ଗିରଫ ହୋଇଛନ୍ତି। ଗତକାଲି ବିଜୟଙ୍କ ବିଭିନ୍ନ ଠିକଣାରେ ଚଢ଼ାଉବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଭୁବନେଶ୍ୱରରେ ବିଜୟ କୁମାର ଉଦୟସିଂହଙ୍କର ରହିଛି ୩ କୋଟି ୨୨ ଲକ୍ଷ ଟଙ୍କାର ଚାରି ମହଲା ଘର। ଘରର ଗେଟରେ ପ୍ରବେଶ କରିବା ମୁସ୍କିଲ । କାରଣ ସବୁ ଏଠି ଚାଲେ ସେନସରରେ ।
ରିମୋଟରେ ଗେଟ୍ ଖୋଲେ ଆଉ ବନ୍ଦ ହୁଏ । ବିଜୟ କୁମାର ଉଦୟସିଂଙ୍କ ଘର ଭିତର ଡିଜାଇନ୍ ଦେଖି ତାଜୁବ୍ ହୋଇଯାଇଥିଲା ଭିଜିଲାନ୍ସ । ଯୁଆଡେ ଦେଖିବ ସିଆଡେ ଲାଗିଛି ଇମ୍ପୋର୍ଟ ହୋଇଥିବା ଉପକରଣ । ଡ୍ରଇଂ ରୁମ୍ ଠାରୁ ବେଡ ରୁମ୍ ସବୁଠି ସେନ୍ସର ଲକିଂ । ତାରି ଭିତରେ ରହିଛି ଲକର । ଯେଉଁଥିରୁ ୪ ଲକ୍ଷ ୫୦ ହଜାର ଟଙ୍କା ଓ ବିପୁଳ ପରିମାଣର ସୁନା ଗହଣା ଜବତ ହୋଇଥିଲା ।ବୁଧବାର ଠାରୁ ଆଜି ପର୍ଯ୍ୟନ୍ତ ବିଜୟଙ୍କ ୬ଟି ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ । ଚଢ଼ାଉ ବେଳେ ୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ରାତି ୪ଟାରୁ ଚଢାଉ ଆରମ୍ଭ ହୋଇଥିଲା।ଅଧିକ ଭଲ ଖବର ପଢିବା ପାଇଁ ଆମକୁ Follow କରନ୍ତୁ ।