ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି । ଶ୍ରୀଲଙ୍କାର ସ୍ପିନର ପ୍ରଭାତ ଜୟସୂର୍ଯ୍ୟା ପାଞ୍ଚଟି ସ୍ଥାନ ଉପରକୁ ଉଠି ଟପ୍-୧୦ରେ ପ୍ରବେଶ କରିଛନ୍ତି । ସେ ୭୪୩ ରେଟିଂ ପଏଣ୍ଟ ସହ ଅଷ୍ଟମ ସ୍ଥାନକୁ ଉଠିଛନ୍ତି। କୋହଲି ପାଞ୍ଚଟି ସ୍ଥାନ ତଳକୁ ଖସି ୧୨ମ ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କର ରେଟିଂ ପଏଣ୍ଟ ୭୦୯ ଅଙ୍କ ରହିଛି । ରୋହିତ ଶର୍ମା ମଧ୍ୟ ୫ଟି ସ୍ଥାନ ତଳକୁ ଖସି ଦଶମରେ ରହିଛନ୍ତି । ରୋହିତଙ୍କ ରେଟିଂ ପଏଣ୍ଟ ୭୧୬ ଅଙ୍କ ରହିଛି । ଟେଷ୍ଟ ବ୍ୟାଟର ତାଲିକାରେ ଯଶସ୍ୱୀ ଜୟସ୍ୱାଲ କମାଲ କରିଛନ୍ତି। ଏହି ବାମହାତୀ ବ୍ୟାଟର ଟପ୍-୫ରେ ଏଣ୍ଟ୍ରି କରିଛନ୍ତି । ଜୟସ୍ଵାଲ ୭୫୧ ରେଟିଂ ସହ ପଞ୍ଚମ ସ୍ଥାନକୁ ଉଠିଛନ୍ତି । ଯଶସ୍ୱୀ ଚେନ୍ନାଇ ଟେଷ୍ଟରେ ପ୍ରଥମ ଇନିଂସରେ ୫୬ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତ ପୁଣି ଥରେ ଟପ୍-୧୦ରେ ପ୍ରବେଶ କରିଛନ୍ତି ।ରତର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ(୮୭୧) ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଯଶପ୍ରୀ ବୁମରା(୮୫୪) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଚେନ୍ନାଇ ଟେଷ୍ଟରେ ଅଶ୍ୱିନ ୬ ଏବଂ ବୁମରା ୫ ୱିକେଟ୍ ଅକ୍ତିକାର କରିଥିଲେ ।