ବିହାରର ମୁଜାଫରପୁର ଜିଲ୍ଲାର ଓରାଇ ଅଞ୍ଚଳରେ ବନ୍ୟା ରିଲିଫ କାର୍ଯ୍ୟରେ ନିୟୋଜିତ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ବୁଧବାର ଅପରାହ୍ନରେ ବନ୍ୟାଜଳରେ ଜରୁରୀକାଳୀନ ଅବତରଣ କରିଛି। । ବିମାନରେ ଥିବା ଦୁଇ ଜଣ ପାଇଲଟଙ୍କ ସମେତ ତିନି ଜଣ ଲୋକ ଦୁର୍ଘଟଣା ପରେ ସୁରକ୍ଷିତ ଅଛନ୍ତି। ସୂଚନା ଅନୁଯାୟୀ, ଏହି ଘଟଣା ଅରାଇର ମଧୁବନ୍ ବେସିରେ ଘଟିଛି। ଏହି ହେଲିକପ୍ଟରଟି ଉପରୁ ରିଲିଫ ସାମଗ୍ରୀ ପକାଉଥିବା ବେଳେ ଏହାର ଏକ ବ୍ଲେଡ୍ ଭାଙ୍ଗି ଯାଇଥିଲା। ତେବେ ଉପସ୍ଥିତ ବୁଦ୍ଧି ଯୋଗୁ ପାଇଲଟ ହେଲିକପ୍ଟରଟିକୁ ଏକ ଜଳାର୍ଣ୍ଣବ ସ୍ଥାନରେ ଅବତରଣ କରାଇଥିଲେ। ଲ୍ୟାଣ୍ଡିଂ ବେଳେ ହେଲିକପ୍ଟରଟି ପାଣିରେ ପ୍ରାୟ ଅଧା ବୁଡ଼ି ଯାଇଥିଲା।ଦୁର୍ଘଟଣା କିପରି ହେଲା ଏବଂ ଏଥିପାଇଁ କିଏ ଦାୟୀ ତାହାର ତଦନ୍ତ ଜାରି ରହିଛି।