ବେଳେବେଳେ ବୁଝି ହୁଏନା କେଉଁ କାରଣରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥାଏ। ଆଉ ତାହା ଗୋଟେ କି ଦୁଇ ଦିନ ପାଇଁ ନ ଥାଏ। ସର୍ବଦା ସେମାନଙ୍କ ମଧ୍ୟରେ କଳହ ଲାଗି ରହିଥାଏ। ଏହି କଳହ ପଛର କାରଣ ବେଡ଼୍ରୁମ୍ ହୋଇ ପାରେ। ଯଦି ଶୋଇବା ଘରେ ଖଟ ଠିକ ସ୍ଥାନରେ ନ ପଡ଼ିନଥିବ ତେବେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହିବ। ଏହା ଦ୍ଵାରା ନକାରାତ୍ମକ ଶକ୍ତି ଘରକୁ ଆସିଥାଏ। ତେବେ ଦୁହିଁଙ୍କ ମଧ୍ୟରେ କଳହ ନ ହେବା ପାଇଁ କରନ୍ତୁ ଏହି ଉପାୟ। ଯଥା କେବେ ବି ଶୋଇବା ଖଟକୁ ଝରକା କିମ୍ବା କାନ୍ଥକୁ ଲଗାଇକରି ରଖନ୍ତୁ ନାହିଁ। ଏଥିରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢ଼ିଯାଏ। ଅସହଯୋଗ ଭଳି ପ୍ରକୃତି ମଧ୍ୟ ବଢ଼ିଯାଏ। ଘରର ଛାତ ତଳେ ବିମ୍ ରହିବା ଭଲ ନୁହେଁ। ପରସ୍ପର ଭିତରେ କଳହ ଲାଗି ରହିବ। ଗୋଟିଏ ଖଟରେ ମେଟ୍ରେସ ବା ଗଦି ଅଲଗା ଅଲଗା ହୋଇ ରହିବା ଭଲ ନୁହେଁ। ଦୁହିଁଙ୍କ ଭଲପାଇବାରେ ଦୂରତା ସୃଷ୍ଟି ହୋଇଥାଏ।ଯେଉଁ ବେଡସିଟ ବା ଚାଦରରେ କଣା କିମ୍ବା ଚିରି ଯାଇଥିବ ତାକୁ କେବେ ବି ଖଟରେ ପକାଇବେ ନାହିଁ।ଖଟ ତଳେ କୈାଣସି ପ୍ରକାର ବସ୍ତୁ ରଖନ୍ତୁ ନାହିଁ।