କାର୍ତିକ ମାସ ରେ ଅଧିକାଂଶ ଲୋକେ ସାଧା ଖାଦ୍ୟ ଖାଆନ୍ତି | ତେବେ ଚାଲନ୍ତୁ ଜାଣିବା ସାଗୁଦାନା ଖିରୀ କେମିତି ତିଆରି କରିବେ ।
ଆବଶ୍ୟକ ସାମଗ୍ରୀ : ସାଗୁ ଦାନା – ୧ କପ୍,କ୍ଷୀର – ୧ ଲିଟର,ଚିନି – ୪ ଚାମଚ୍,ଅଳେଇଚ ପାଉଡର – ୧ ଚାମଚ୍,କଣ୍ଡେନ୍ସଡ ମିଲ୍କ – ୪ ଚାମଚ୍,କାଜୁ – ୧୦ଟି,ବାଦାମ୍ – ୧୦ଟି,ପିସ୍ତା – ୧୦ଟି
ପ୍ରସ୍ତୁତି ପ୍ରଣାଳୀ : ସାଗୁଦାନା ଖୀରି ବନାଇବା ପାାଇଁ ସର୍ବପ୍ରଥମେ ଏକ ପାତ୍ରରେ କ୍ଷୀରକୁ ଗରମ କରନ୍ତୁ। ମିଡିୟମ୍ ଫ୍ଲେମରେ ଏହାକୁ ଆଞ୍ଚରେ ବସାନ୍ତୁ। ଯେତେବେଳେ କ୍ଷୀର ଫୁଟିଆସିବ ସେଥିରେ ଅଳ୍ପ ପାଣି ପକାଇ ଆଉ କିଛି ସମୟ ପାଣିରେ ପକାଇ ଫୁଟାନ୍ତୁ। ଏହା ଫୁଟି ଆସିଲା ପରେ କ୍ଷୀରରେ ଅଳେଇଚ ପାଉଡର ଏବଂ କଟା କାଜୁ, ବାଦାମ ଏବଂ ପିସ୍ତା ପକାଇ ୭-୮ ମିନିଟ ପର୍ଯ୍ୟନ୍ତ ଫୁଟିବାକୁ ଦିଅନ୍ତୁ। ଏହି ସମୟରେ ଆପଣ ସାଗୁଦାନାକୁ ଭଲଭାବେ ଧୋଇ ଦିଅନ୍ତୁ। ଏହାପରେ କ୍ଷୀରରେ ସାଗୁଦାନା ପକାଇ ଦିଅନ୍ତୁ।
ଏବେ ସାଗୁଦାନା ଖିରୀକୁ ଧୀମା ଆଞ୍ଚରେ ବସାନ୍ତୁ। କିଛି ସମୟ ପରେ ଏଥିରେ କଣ୍ଡେନ୍ସଡ ମିଲ୍କ ପକାଇ ଦିଅନ୍ତୁ। ଏହାଦ୍ୱାରା କ୍ଷୀରର ସ୍ୱାଦ ଅଧିକ ବଢ଼ିଯିବ। କ୍ଷୀରକୁ ସେତେ ପର୍ଯ୍ୟନ୍ତ ଫୁଟିବାକୁ ଦିଅନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଭଲଭାବେ ନ ଫୁଲିଛି। ଏହାରି ଭିତରେ କ୍ଷୀରରେ ଚିନି ପକାଇ ଦିଅନ୍ତୁ। ଯେତେବେଳେସାଗୁଦାନା ଭଲଭାବେ ଫୁଲିଯିବ ସେତେବେଳେ ଗ୍ୟାସର ଫ୍ଲେମକୁ ବନ୍ଦ କରିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ସାଗୁଦାନା ଖିରୀ। ଏହା ଉପରେ ଆପଣ ସୁଖିଲା ଖୁୁଆରେ ଗାର୍ନିସ କରି ସର୍ଭ କରିପାରିବେ। ଆପଣ ଚାହିଁଲେ ଏହାକୁ ଫ୍ରିଜରେ ରଖି ଥଣ୍ଡା କରି ବି ଖାଇପାରିବେ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।