ଖଜୁରୀରେ ଫାଇବର, ପୋଟାସିୟମ ଓ ଆଣ୍ଟି-ଅକ୍ସିଡାଣ୍ଟପ୍ରଚୁର ପରିମାଣରେ ରହିଛି । ଜଳଖିଆରେ ଏହାର ସେବନ ଏକ ଉତ୍ତମ ବିକଳ୍ପ । ଶୁଖିଲା ଖଜୁରୀ ଓ ପାଣିରେ ରାତି ସାରା ବତୁରାଇ ରଖିବା ଦ୍ୱାରା ଉଭୟ ପୁଷ୍ଟିଯୁକ୍ତ । ଶୁଖିଲା ଖଜୁରୀ ଭଳି ବତୁରା ଯାଇଥିବା ଖଜୁରୀରେ ଭିଟାମିନ୍ ଏ, ଭିଟାମିନ୍ କେ, ଭିଟାମିନ୍ ବି, ପୋଟାସିୟମ, ମାଗ୍ନେସିୟମ, ଆଇରନ ଆଦି ରହିଥାଏ । ମାତ୍ର ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଅଧିକ ଥାଏ । ଏଥିରେ ଫାଇବର ମଧ୍ୟ ଅଧିକ ମାତ୍ରାରେ ଥାଏ ।
ସେହିପରି ବତୁରାଇ ଯାଇଥିବା ଖଜୁରୀରେ ପାଣିର ମାତ୍ରା ଅଧିକ ଥାଏ । ଏଥିରେ ଶୁଖିଲା ଖଜୁରୀ ତୁଳନାରେ କାର୍ବୋହାଇଡ୍ରେଟ୍ ଓ କ୍ୟାଲୋରୀ କମ୍ ରହିଥାଏ ।