ମନୁଷ୍ୟ ବାସ୍ତବରେ ସର୍ବାଧିକ କେତେ ଦିନ ଯାଏ ବଞ୍ଚିପାରିବ, ତାହାର ଉତ୍ତର ବାହାର କରିବାକୁ ସିଙ୍ଗାପୁରର କିଛି ଗବେଷକ ସେମାନଙ୍କର ଅନୁଧ୍ୟାନ ଜାରି ରଖିଛନ୍ତି । ଏ ପରିପ୍ରେକ୍ଷୀରେ ମନୁଷ୍ୟ ୧୨୦ରୁ ୧୫୦ ବର୍ଷ ଯାଏ ଜୀବନ ଧାରଣ କରିପାରିବ ବୋଲି ଜିରୋ ନାମକ ଜୈବପ୍ରଯୁକ୍ତି କମ୍ପାନିର ଏହି ଗବେଷକମାନେ କହିଛନ୍ତି । ନେଚର କମୁ୍ୟନିକେସନ ନାମକ ପତ୍ରିକାରେ ପ୍ରକାଶିତ ସେମାନଙ୍କର ରିପୋର୍ଟ ଅନୁଯାୟୀ, ମୃତୁ୍ୟ ଜୀବନର ଏକ ଅନ୍ତର୍ଭୁକ୍ତ ବା ସ୍ୱାଭାବିକ ଜୈବ ଗୁଣ ଯାହା ବିଭିନ୍ନ ଚାପ ଉପରେ ନିର୍ଭର କରିନଥାଏ । ଆମେରିକା, ରୁଷିଆ ଓ ବ୍ରିଟେନର ବିଭିନ୍ନ ଗୋଷ୍ଠୀର ସ୍ୱାସ୍ଥ୍ୟ ସଂକ୍ରାନ୍ତ ତଥ୍ୟାବଳିକୁ ତର୍ଜମା କରି ସେମାନେ ଏପରି ନିର୍ଯାସ ପାଇପାରିଛନ୍ତି । ଲୋକେ ପ୍ରତ୍ୟହ ନେଉଥିବା ବିଭିନ୍ନ ପଦକ୍ଷେପ ସାଙ୍ଗକୁ ସେମାନଙ୍କ ରକ୍ତକଣିକା ସଂଖ୍ୟାରେ ସଂଘଟିତ ପରିବର୍ତ୍ତନକୁ ସେମାନେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଥିଲେ । ମନୁଷ୍ୟର ବୟସ ବଢ଼ିବା ଦ୍ୱାରା ଏପରି ସାର୍ବଜନୀନ ଉପାଦାନ ପ୍ରଦର୍ଶନ କରିଥାଏ ଯାହା ବିଘଟନ ପାଇଁ କାର୍ଯ୍ୟ କରୁଥିବା ଜଟିଳ ପ୍ରକ୍ରିୟା ସହ ସମତୁଲ ବୋଲି ସେମାନେ କହିଛନ୍ତି । ତେଣୁ ବୟସ ବଢ଼ିବା ସହ କୌଣସି ରୋଗ ବାହାରେ ବି ଶରୀରରେ କ୍ଷୟପ୍ରାପ୍ତ ରକ୍ତକଣିକା ସଂଖ୍ୟାର ଭରଣା ପାଇଁ ସାମର୍ଥ୍ୟ କମି କମି ଆସିଥାଏ । ରକ୍ତକଣିକା ସଂଖ୍ୟାରେ ଏପରି ଅଧୋଗତି ହିଁ ସ୍ୱାଭାବିକ ମୃତୁ୍ୟର ଆଗମନକୁ ନିର୍ଦ୍ଧାରଣ କରିଥାଏ । ଏପରି ରକ୍ତକଣିକା ହ୍ରାସରେ ଭରଣା କରିବାର ସାମର୍ଥ୍ୟ ୧୨୦ରୁ ୧୫୦ ବର୍ଷ ଭିତରେ ସମ୍ପର୍ଣ୍ଣ ଲୋପ ପାଇଯାଇଥାଏ ।.ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।