ହଜମ କରିବାରେ ସହାୟତା କରେ : ଆମେ ଯାହା କିଛି ଖାଦ୍ୟ ଖାଇଥାଉ, ତାହା ଖାଦ୍ୟନଳୀ ମାଧ୍ୟମରେ ଯାଇଥାଏ। ଯେତେବେଳେ ଆମେ ଶୋଇକି ଉଠୁ, କିଛି ବଳକା ଖାଦ୍ୟ ନଳୀରେ ରହିଯାଏ। ଗରମ ଲେମ୍ବୁ ପାଣି ପିଇବା ଦ୍ବାରା ଏହି ବଳକା ଖାଦ୍ୟ ବାହାରିଯାଏ। ଆଜିକାଲି ଖାଦ୍ୟରେ ଅଧିକ ତୈଳ ରହୁଛି। ଗରମ ପାଣି ପିଇବା ଦ୍ବାରା ଶରୀରରୁ ତୈଳୀୟ ଜିନିଷ ବାହାରିଯାଏ।
ରୋଗପ୍ରତିରୋଧକ ଶକ୍ତି ବଢ଼ାଏ :ଲେମ୍ବୁରେ ଥିବା ଭିଟାମିନ୍ ସି ଏବଂ ପୋଟାସିୟମ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା କାମ କରେ। ଖାଲି ପେଟରେ ଲେମ୍ବୁ ପାଣି ପିଇବା ଫଳରେ ପୋଷକତତ୍ତ୍ବ ଅବଶୋଷଣ ଭଲ ଭାବେ ହୋଇପାରେ। ଏହାଫଳରେ ଶରୀର ସାରା ଦିନ ପୋଷକତତ୍ତ୍ବକୁ ଭଲ ଭାବେ ଅବଶୋଷଣ କରି ଏହାର ସମ୍ପୂର୍ଣ୍ଣ ଲାଭ ଉଠାଇପାରେ।
ଓଜନ ହ୍ରାସ କରିବାରେ ସାହାଯ୍ୟ କରେ: ଓଜନ ହ୍ରାସ କରିବା କଥା ଆସିଲେ, ପ୍ରଥମେ ଗରମ ଲେମ୍ବୁ ପାଣି କଥା ମନକୁ ଆସେ। ଗରମ ଲେମ୍ବୁ ପାଣି ମେଟାବଲିଜମ୍ ମଧ୍ୟ ବଢ଼ାଏ ଏବଂ ଫ୍ୟାଟ୍ ବର୍ଣ୍ଣ ମଧ୍ୟ ହୋଇଥାଏ। ଯାହାଫଳରେ ଓଜନ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ। ସକାଳୁ ଉଠି ଚା’ କଫି ପିଇବା ଫଳରେ ଶରୀରରେ କୋଲେଷ୍ଟ୍ରଲ ମାତ୍ରା ବଢ଼ାଇବା ସହିତ ସୁଗାର ଲେବଲ ଉପରେ ପ୍ରଭାବ ପକାଏ।
ସୁନ୍ଦର ଚର୍ମ :ଲେମ୍ବୁରେ ଥିବା ଭିଟାମିନ୍ ସି କୋଲେଜନ୍ ଫର୍ମେସନ୍ ପାଇଁ ଦରକାର। ଏହାଫଳରେ ଆପଣଙ୍କ ତ୍ବଚା ସୁସ୍ଥ ରହେ। ତ୍ବଚାର ଯତ୍ନ ନେବାବେଳେ ହାଇଡ୍ରେସନ୍ ବହୁତ ଗୁରୁତ୍ବପୂର୍ଣ୍ଣ। ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ବାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ ଏବଂ ତ୍ବଚାରେ ଚମକ ଆସିଥାଏ।
କୋଷ୍ଠକାଠିନ୍ୟ ଦୂର କରେ : କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ଲାଗି ଗରମ ପାଣିରେ ଲେମ୍ବୁ ରସ ମିଶାଇ ପିଇବା ପେଟ ପାଇଁ ବହୁତ ଭଲ। ଆପଣଙ୍କୁ ପେଟ ସହିତ ଜଡ଼ିତ କୌଣସି ସମସ୍ୟା ରହିଥିଲେ, ଲେମ୍ବୁ ପାଣି ପିଇବା ବହୁତ ଲାଭଦାୟକ ହୋଇପାରେ।
ଲିଭର ଭଲ ରହେ:ଗରମ ଲେମ୍ବୁ ପାଣି ପିଇବା ଦ୍ବାରା ଲିଭର ସଫା ରହେ। ଲିଭର ସାରା ରାତି ସକ୍ରିୟ ରହେ ଏବଂ ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ବାରା ଲିଭରର ଶକ୍ତି ପୁର୍ନର୍ବାର ଚାଲିଆସେ।
ମୁଖ ଦୁର୍ଗନ୍ଧ ଦୂର କରେ: ଲେମ୍ବୁ ଏକ ପ୍ରାକୃତିକ ମାଉଥ୍ ଫ୍ରେସନର ଭାବେ କାମ କରେ। ପ୍ରତ୍ୟେକ ଦିନ ସକାଳୁ ଲେମ୍ବୁ ପାଣି ପିଇବା ଦ୍ବାରା ମୁଖ ଦୁର୍ଗନ୍ଧ ଧିରେ ଧିରେ ଦୂର ହୋଇଯାଏ। ଏହାବ୍ୟତୀତ ଏହା ଆଘାତ ଭଲ କରିବାରେ ସାହାଯ୍ୟ କରେ। ଲେମ୍ବୁରେ ଥିବା ଭିଟାମିନ୍ ସି କୋଲେଜନ ଉତ୍ପାଦନ କରିବା ସହିତ ଘା’ ଭଲ କରିବାରେ ସାହାଯ୍ୟ କରେ। ଏହା ଟିସ୍ୟୁ ନିର୍ମାଣ କରିବାରେ ମଧ୍ୟ ସାହାଯ୍ୟ କରେ।