ଦୀର୍ଘ ୭ ବର୍ଷର ବ୍ରେକ୍ ପରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍। ରବିବାର ଏଥିପାଇଁ ନିଲାମୀ ହୋଇଥିବା ବେଳେ ଭାରତୀୟ ଦଳର ଅଧିନାୟକ ଅଛନ୍ତି ହରମନପ୍ରୀତ ସିଂ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳି ହୋଇଛନ୍ତି। ସୁରମା ହକି କ୍ଲବ (ପଞ୍ଜାବ ଫ୍ରାଞ୍ଚାଇଜି) ତାଙ୍କୁ ୭୮ ଲକ୍ଷ ଟଙ୍କାରେ କିଣିଛି। ସେହପରି ଭାରତୀୟ ଟିମର ଫରୱାର୍ଡ ଅଭିଷେକ ଦ୍ୱିତୀୟ ଦାମୀ ଖେଳାଳି ହୋଇଛନ୍ତି। ତାଙ୍କୁ ଶରଚି ରାରହ ବେଙ୍ଗଲ ଟାଇଗର୍ସ ୭୨ ଲକ୍ଷ ଟଙ୍କାରେ କିଣିଛି। ଭାରତୀୟ ହକି ଟିମର ଉପ ଅଧିନାୟକ ହାର୍ଦ୍ଦିକ ସିଂହଙ୍କୁ ୟୁପି ରୁଦ୍ର କିଣିଛି। ସେ ୭୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି।ସୂଚନା ଅନୁସାରେ ଏହି ନିଲାମୀ ପ୍ରକ୍ରିୟାରେ ୪୦୦ରୁ ଊର୍ଦ୍ଧ୍ୱ ପୁରୁଷ ଘରୋଇ ଏବଂ ୧୫୦ରୁ ଊର୍ଦ୍ଧ୍ୱ ବିଦେଶୀ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ସେହିପରି ୨୫୦ରୁ ଊର୍ଦ୍ଧ୍ୱ ମହିଳା ଘରୋଇ ଓ ୭୦ରୁ ଊର୍ଦ୍ଧ୍ୱ ବିଦେଶୀ ଖେଳାଳିଙ୍କୁ ନେଇ ନିଲାମ ପ୍ରକ୍ରିୟା ହେବ। ନାମ ପଞ୍ଜୀକୃତ କରିଥିବା ଖେଳାଳିଙ୍କୁ ୩ ବର୍ଗରେ ବିଭକ୍ତ କରାଯାଇ ୨ ଲକ୍ଷ, ୫ ଲକ୍ଷ ଓ ୧୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସ ରଖାଯାଇଛି। ୬୦୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ବେସ୍ ପ୍ରାଇସ୍ ୬ ଲକ୍ଷ ରହିବ।