ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ । କାରଣ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଚଳିତ ବର୍ଷ ଶୀଘ୍ର ଗେଟ୍ ଖୋଲିବ ।ଏନେଇ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି । ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ପୂଜାର୍ଚ୍ଚନା ପରେ ସକାଳ ୧୦ରେ ଖୋଲିବ ଗେଟ । ତେବେ ହୀରାକୁଦ ତଳ ମୁଣ୍ଡର ଜନସାଧାରଣଙ୍କୁ ସେହି ସମୟରେ ମହାନଦୀକୁ ନ ଯିବାପାଇଁ ସତର୍କ କଲେ କତୃପକ୍ଷ ।ଖବର ଅନ୍ୟଙ୍କୁ ଶେୟର କରିବା ସହ ଆମକୁ ଫୋଲୋ (FolIow) କରନ୍ତୁ ।