ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ପାର୍ବଣ ସମୟରେ ଡିଜେ ବଜାଇବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ତେବେ ୬୫ ଡେସିବେଲ ଭିତରେ ଡିଜେ ଶବ୍ଦ ରହିବ । ରାସ୍ତାଘାଟ ମରାମତି ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ ୭ ଦିନ ଭିତରେ ରାସ୍ତାଘାଟ ଚକାଚକ କରିବାକୁ ଦେଲେ ନିର୍ଦେଶ ଦେଇଛନ୍ତି। ରାସ୍ତା ଉପରେ ତୋରଣ ନିର୍ମାଣ ଉପରେ ମଧ୍ୟ ତାଗିଦ କରିଛନ୍ତି। ଡିଜେ ବାରଣ ନିୟମ କଡାକଡି ପାଳନ ହେଉ । ଗଣେଶ ପୂଜା ରେ ଡିଜେ ବାରଣ ନିୟମ କଡ଼ାକଡ଼ି ପାଳନ ହୋଇନାହିଁ । ଆଜି ମାମଲାର ଶୁଣାଣି ବେଳେ କଟକ ଡିସିପି ଉପସ୍ଥିତ ଥିଲେ । ତୋରଣ ପାଇଁ ଟ୍ରାଫିକ ସମସ୍ୟା ହେବ ନାହିଁ ବୋଲି କହିଥିଲେ । ଏନେଇ କିଛି ପୂଜା କମିଟି ଭଲ୍ୟୁଣ୍ଟର ରଖି ଭିଡ଼ ନିୟନ୍ତ୍ରଣ କରିବେ ବୋଲି କୋର୍ଟଙ୍କୁ କହିଛନ୍ତି । ପୂଜା କମିଟି ସଦସ୍ୟମାନେ ସ୍ଥାନୀୟ ଅଞ୍ଚଳରେ ଯେଭଳି ଟ୍ରାଫିକ ସମସ୍ୟା ସୃଷ୍ଟି ନ ହେବ ଏବଂ ଧନ ଜୀବନ ସୁରକ୍ଷିତ ରହିବ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ହାଇକୋର୍ଟ ପକ୍ଷରୁ ନିର୍ଦେଶ ଦିଆଯାଇଛି।ପୂଜା ପୂର୍ବରୁ ସହରର ସବୁ ଜାଗାରେ ଆଲୋକୀ କରଣ ବ୍ୟବସ୍ଥା ହେବା ଦରକାର ବୋଲି କୋର୍ଟ କହିଛନ୍ତି |