ବଲିଉଡର ଡ୍ରିମ ଗର୍ଲ ହେମା ମାଳିନୀ । ସେ ବହୁ ବର୍ଷ ଧରି ବଡ ପରଦାରୁ ଦୂରରେ ଥିବା ଏହି ଅଭିନେତ୍ରୀ ରାଜନୀତିରେ ସମ୍ପୂର୍ଣ୍ଣ ସକ୍ରିୟ ଅଛନ୍ତି। ହେମା ମାଳିନୀ ଆଜି ତାଙ୍କର ୭୬ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୬ ଅକ୍ଟୋବର ୧୯୪୮ରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ହେମାଙ୍କ ପ୍ରକୃତ ନାମ ହେମା ମାଲିନୀ ଚକ୍ରବର୍ତ୍ତୀ। ହିନ୍ଦୀ ସିନେମାର ଏହି ପ୍ରସିଦ୍ଧ ଅଭିନେତ୍ରୀ ନିଜର ପରିଶ୍ରମ ଏବଂ ପ୍ରତିଭା ଆଧାରରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ହେମାଙ୍କୁ ତାଙ୍କ କ୍ୟାରିୟର ଆରମ୍ଭରେ ଅନେକ ଥର ପ୍ରତ୍ୟାଖ୍ୟାନର ସମ୍ମୁଖୀନ ହେବାକୁ ପଡିଥିଲା । ସେତେବେଳେ ସେ ବହୁତ ପତଳା ଥିଲେ ଏବଂ ଯେତେବେଳେ ବି ସେ ଫିଲ୍ମ ଅଡିସନ୍ ପାଇଁ ଯାଇଥିଲେ, ତାଙ୍କୁ ରିଜେକ୍ଟ୍ କରାଯାଇଥିଲା । ସେ ଏକ ତାମିଲ ଚଳଚ୍ଚିତ୍ର ପାଇଁ ସାଇନ୍ କରିଥିଲେ, କିନ୍ତୁ ଚାରି ଦିନର ସୁଟିଂ ପରେ ତାଙ୍କୁ ଫିଲ୍ମରୁ ବରଖାସ୍ତ କରାଯାଇଥିଲା।ହେମା ତାଙ୍କ କ୍ୟାରିୟରରେ ୧୦୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଯାହାର ଅଧାରୁ ଅଧିକ ହିଟ୍ ହୋଇଥିଲା। ଧର୍ମେନ୍ଦ୍ରଙ୍କ ସହ ତାଙ୍କର ୪୦ ଟି ଚଳଚ୍ଚିତ୍ର ହିଟ୍ ହୋଇଛି। “ସୀତା-ଗୀତା” ଏବଂ “ଶୋଲେ” ରେ ଅଭିନୟ କରିଥିବା ଭୂମିକା ପାଇଁ ଲୋକମାନେ ତାଙ୍କୁ ମନେ ରଖିଛନ୍ତି। ତାଙ୍କର କଠିନ ପରିଶ୍ରମ ଏବଂ ପ୍ରତିଭା ତାଙ୍କୁ ବଲିଉଡର ଡ୍ରିମ୍ ଗର୍ଲ କରାଇଥିଲା ।