ମହାରାଷ୍ଟ୍ରର ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଭଧାନ ବୁଡ୍ରୁକ ଗ୍ରାମ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଗାଁ ଲୋକେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ହେଲିକପ୍ଟରରେ ଥିବା ୩ ଜଣ ଗୁରୁତର ଥିବା ମଧ୍ୟ ପୁଲିସ କଣ୍ଟ୍ରୋଲ ରୁମ୍କୁ ସୂଚନା ଦିଆଯାଇଥିଲା। ସୂଚନା ପାଇ ପୁଲିସ ଓ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ୨ ପାଇଲଟ୍ ସମେତ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି ।ଏହାପୂର୍ବରୁ ଅଗଷ୍ଟ ମାସରେ ପୁଣେରେ ହେଲିକପ୍ଟର ଦୁର୍ଘଟଣାର ଏକ ଘଟଣା ସାମ୍ନାକୁ ଆସିଥିଲା। ଯେଉଁଥିରେ ୪ ଜଣ ଆହତ ହୋଇଥିଲେ। ହେଲିକପ୍ଟରଟି ମୁମ୍ବାଇର ଜୁହୁରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଥିଲା। ଏହି ସମୟ ମଧ୍ୟରେ ଖରାପ ପାଗ ଏବଂ ବୈଷୟିକ ତ୍ରୁଟି ହେତୁ ହେଲିକପ୍ଟର ପୁଣେର ପାଉଡ ଅଞ୍ଚଳରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।