ଶନି ଗ୍ରହଙ୍କ ଚଳନ ମେଷ ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ଆୟର ସ୍ଥାନରେ ବକ୍ରି ରହିଛନ୍ତି। ଏହି ସମୟରେ ଖୁବ୍ ଟଙ୍କା ରୋଜଗାର କରିବେ। ଆମଦାନୀ ବିଭିନ୍ନ ସ୍ରୋତରୁ ହେବ।ତେବେ କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ରାଜଯୋଗ ରହିଛି । ଆତ୍ମବିଶ୍ୱାସ ବୃଦ୍ଧି ହେବ । ମାନ-ସମ୍ମାନ ବୃଦ୍ଧି ହେବ । ବୈବାହିକ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ ।ଏହା ସହୁତ ଧନୁ ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଲାଭ ମିଳିବ । ଜୀବନରେ ଉନ୍ନତି ହେବ । ଆୟରେ ବୃଦ୍ଧି ହେବ । ହଠାତ୍ ଧନ ଲାଭ ହେବ। ତେବେ ଶନି ନିଜ ମୂଳ ତ୍ରିକୋଣ ରାଶି କୁମ୍ଭ ରାଶିରେ ବକ୍ରି ରହିଛନ୍ତି । ଏହି ଅବସ୍ଥା ୧୫ ନଭେମ୍ବର ସନ୍ଧ୍ୟା ୫ଟା ୯ମିନିଟ୍ ପର୍ଯ୍ୟନ୍ତ ରହିବ । ଜ୍ୟୋତିଷ ଗଣନା ଅନୁସାରେ ଏହାପରେ ଶନି ଦେବ ମାର୍ଗି ହେବେ । ଗ୍ରହଙ୍କ ଚଳନ ମାତ୍ରେ ଏହାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିଥାଏ । ଶନିଙ୍କ ଏହି ଚଳନ ଫଳରେ ଏହି ୩ ରାଶି ବ୍ୟକ୍ତି ବିଶେଷଙ୍କୁ ବିଶେଷ ଲାଭ ମିଳିବ ।