ଆଇପିଏଲ୍ ୨୦୨୫ରେ ଦମଦାର ପ୍ରଦର୍ଶନ କରି ପ୍ଲେଅଫକୁ ଯାଇଥିବା ଗୁଜରାଟ ଟାଇଟନ୍ସ ଏଲିମିନେଟର ମ୍ୟାଚରୁ ବାଦ୍ ପଡିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟକୁ ୨୦ ରନରେ ପରାସ୍ତ କରିଛି । ଗୁଜରାଟକୁ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ କ୍ବାଲିଫାୟର-୨ରେ ପ୍ରବେଶ କରିଛି ।ଏହି ମ୍ୟାଚରେ ତାଙ୍କ ଭାଇର ଦଳକୁ ସମର୍ଥନ କରିବା ପାଇଁ ଭଉଣୀ ଶେହନୀଲ ଗିଲ୍ ଷ୍ଟାଡିୟମରେ ପହଞ୍ଚିଥିଲେ। ଏମିତିକି ଆଶିଷ ନେହେରାଙ୍କ ସମ୍ପୂର୍ଣ୍ଣ ପରିବାର ମଧ୍ୟ ଆସିଥିଲେ । କିନ୍ତୁ ସେମାନଙ୍କ ଆଖି ସାମ୍ନାରେ, ମୁମ୍ବାଇ ଗୁଜରାଟକୁ ପରାସ୍ତ କରି ଟ୍ରଫି ଜିତିବାର ସ୍ୱପ୍ନକୁ ଧୂଳିସାତ କରିଥିଲା । ଗିଲଙ୍କ ଭଉଣୀ ଶହନୀଲ GTର ପରାଜୟରେ ବେଶି ଭାଙ୍ଗିପଡିଥିଲେ । ମ୍ୟାଚ୍ ପରେ ସେ ବହୁତ ଭାବପ୍ରବଣ ଦେଖାଯାଉଥିଲେ ।