ଚଳିତ ବର୍ଷର ଆୟକର ରିହାତି ପରେ କେନ୍ଦ୍ର ସରକାର ଏବେ ମଧ୍ୟବିତ୍ତ ଓ ନିମ୍ନ ଆୟ ଶ୍ରେଣୀର ପରିବାରଙ୍କ ପାଇଁ ସାମଗ୍ରୀ ଓ ସେବା କର (ଜିଏସ୍ଟି) ହ୍ରାସ କରିବାକୁ ଯୋଜନା କରୁଛନ୍ତି । ସୂତ୍ରରୁ ପ୍ରକାଶ ଯେ, ସରକାର ୧୨ ପ୍ରତିଶତ ଜିଏସ୍ଟି ସ୍ଲାବକୁ ସମ୍ପୂର୍ଣ୍ଣ ରଦ୍ଦ କରିବା କିମ୍ବା ଏହା ଅଧୀନରେ ଥିବା ଅନେକ ସାମଗ୍ରୀକୁ ୫ ପ୍ରତିଶତ କର ବ୍ରାକେଟକୁ ସ୍ଥାନାନ୍ତର କରିବା ଉପରେ ବିଚାର କରୁଛନ୍ତି ।GST ପରିଷଦର ଆଗାମୀ ୫୬ତମ ବୈଠକରେ ଏ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ । ଏହି ମାସରେ GST ପରିଷଦ ବୈଠକ ଅନୁଷ୍ଠିତ ହୋଇପାରେ । ଯଦି ସରକାର ଏହି ନିଷ୍ପତ୍ତି ନିଅନ୍ତି, ତେବେ ଜୋତା, ଚପଲ, ମିଠା, ପୋଷାକ, ସାବୁନ, ଟୁଥପେଷ୍ଟ ଓ କ୍ଷୀର ଉତ୍ପାଦ ଭଳି ଅନେକ ସାମଗ୍ରୀ, ଯାହା ଏପର୍ଯ୍ୟନ୍ତ ୧୨% ସ୍ଲାବ୍ ଅଧୀନରେ ଆସେ, ଶସ୍ତା ହୋଇପାରେ। ଖବର ଅନୁଯାୟୀ, ଏହି ପଦକ୍ଷେପ ସରକାର ଉପରେ ୪୦,୦୦୦ କୋଟିରୁ ୫୦,୦୦୦ କୋଟି ଟଙ୍କାର ଆର୍ଥିକ ବୋଝ ସୃଷ୍ଟି କରିପାରେ । କିନ୍ତୁ ସରକାର ପ୍ରାରମ୍ଭିକ ପ୍ରଭାବକୁ ସମ୍ଭାଳିବାକୁ ପ୍ରସ୍ତୁତ। ଏହା ପଛରେ ମୂଳ ଉଦ୍ଦେଶ୍ୟ ହେଉଛି ଖର୍ଚ୍ଚ ବୃଦ୍ଧି । କେନ୍ଦ୍ର ମନେ କରୁଛି ଯେ, କମ୍ ମୂଲ୍ୟ ଯୋଗୁଁ ବିକ୍ରି ବୃଦ୍ଧି ପାଇବ ଏବଂ ଦୀର୍ଘକାଳୀନ ଭାବେ ଜିଏସ୍ଟି ସଂଗ୍ରହ ବୃଦ୍ଧି ପାଇବ ।ଖବର ଅନ୍ୟଙ୍କୁ ଶେୟର କରିବା ସହ ଆମକୁ ଫୋଲୋ (FolIow) କରନ୍ତୁ ।