ସୋମବାର ଅନୁଷ୍ଠିତ ସାମଗ୍ରୀ ଓ ସେବା କର (ଜିଏସ୍ଟି) ପରିଷଦ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କର୍କଟ ଔଷଧ ଉପରେ ପୂର୍ବରୁ ଥିବା ୧୨% ଜିଏସ୍ଟିକୁ ୫%କୁ ହ୍ରାସ କରାଯାଇଛି।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି କାଉନସିଲ ବୈଠକରେ ଆଲୋଚନା ହୋଇଛି। ସରକାରଙ୍କ ଏହି ବଡ ନିଷ୍ପତ୍ତି ଦ୍ୱାରା କ୍ୟାନସର ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ । ୫୪ତମ ଜିଏସ୍ଟି ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଥିଲେ ଯେ କର୍କଟ ଭଳି ଗୁରୁତର ରୋଗର ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହେଉଥିବା ଔଷଧ ଉପରୁ ପୂର୍ବରୁ ଥିବା ୧୨% ଜିଏସ୍ଟିକୁ ୫%କୁ ହ୍ରାସ କରାଯାଇଛି। ଫଳରେ କର୍କଟ ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ। ଏଥିସହ ଖଟା ଓ ଲୁଣିଆ ଖାଦ୍ୟ ଉପରୁ ମଧ୍ୟ ୧୮% ଜିଏସ୍ଟିକୁ ୧୨%କୁ ହ୍ରାସ କରାଯାଇଛି। ସେହିପରି ଜିଏସ୍ଟି ଲାଗୁ ଫଳରେ ରାଜ୍ୟମାନେ ସହୁଥିବା କ୍ଷତି ଭରଣା ପାଇଁ ଥିବା କ୍ଷତିପୂରଣ ସେସ୍ ଅବଧି ୨୦୨୬ ମାର୍ଚ୍ଚରେ ଶେଷ ହେଉଥିବାରୁ ଏହାର ଦୃଷ୍ଟିକୋଣର ଯାଞ୍ଚ ଏବଂ ପୁନଃ ନିର୍ଦ୍ଧାରଣ କରିବା ପାଇଁ କେତେକ ମନ୍ତ୍ରୀଙ୍କୁ ନେଇ ଏକ ଗୋଷ୍ଠୀ କରାଯାଇଛି।