ବ୍ୟବସାୟ ଏବଂ ଗ୍ରାହକଙ୍କ ବୋଝକୁ ହାଲୁକା କରିବା ପାଇଁ, ଭାରତରେ ଜୁଲାଇ ୧, ୨୦୧୭ ରେ ସାମଗ୍ରୀ ଏବଂ ସେବା କର (ଜିଏସଟି) ଆରମ୍ଭ ହୋଇଥିଲା। ଏହା ଏକ ଏକୀକୃତ, ସ୍ୱଚ୍ଛ କର ବ୍ୟବସ୍ଥା ଆଡ଼କୁ ଭାରତର ଏକ ଐତିହାସିକ ଲମ୍ଫ ଥିଲା, ଯାହା ଭାରତର ଜଟିଳ, ବହୁସ୍ତରୀୟ କର ବ୍ୟବସ୍ଥାକୁ ବଦଳାଇ ‘ଏକ ରାଷ୍ଟ୍ର, ଏକ ଟିକସ’ରେ ପରିଣତ କରିଛି ।ଜିଏସଟି ଲାଗୁ ହେବା ଫଳରେ ଟିକସ ଅନୁପାଳନ ସହଜ ହେବା ସହ ବ୍ୟବସାୟ ପାଇଁ ଖର୍ଚ୍ଚ ହ୍ରାସ ହୋଇଛି ଏବଂ ରାଜ୍ୟ ମଧ୍ୟରେ ସାମଗ୍ରୀଗୁଡ଼ିକୁ ମୁକ୍ତ ଭାବରେ ପରିବହନ କରାଯାଇପାରୁଛି। ଏହି ପଦକ୍ଷେପଗୁଡ଼ିକ କେବଳ ବ୍ୟବସାୟ କରିବାର ସହଜତାକୁ ଉନ୍ନତ କରିନାହିଁ ବରଂ ଟିକସ ଆଧାରକୁ ମଧ୍ୟ ମଜବୁତ କରିଛି।ବର୍ତ୍ତମାନ ଦ୍ରବ୍ୟ ଓ ସେବାକର ଅଧୀନରେ ୪ଟି ସ୍ଲାବ୍ ରହିଛି। ତାହା ହେଉଛି ୫%, ୧୨%, ୧୮% ଏବଂ ୨୮%।ମାତ୍ର ଆଠ ବର୍ଷ ମଧ୍ୟରେ, ଜିଏସଟି, ୧୭ଟି କର ଏବଂ ୧୩ଟି ସେସକୁ ଏକୀକୃତ କରି, ଏକ ସୁଗମ ଜାତୀୟ ବଜାର ସୃଷ୍ଟି କରିପାରିଛି, ସରଳୀକୃତ ଅନୁପାଳନ, ଡିଜିଟାଇଜଡ୍ କର ବ୍ୟବସ୍ଥା, କରଦାତା ଆଧାରକୁ ବିସ୍ତାର କରିଥିଲା ଏବଂ ସହଯୋଗମୂଳକ ସଂଘୀୟତାକୁ ସୁଦୃଢ଼ କରିଥିଲା ।