ବଲିଉଡ ଅଭିନେତା ଗୋବିନ୍ଦା। ନିଜର ଲାଇସେନ୍ସପ୍ରାପ୍ତ ରିଭଲଭର ଦ୍ୱାରା ଆହତ ହୋଇଥିଲେ। ଏହି ଦୁର୍ଘଟଣା ପରେ ଅଭିନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଗୋବିନ୍ଦା ଭଲ ଅଛନ୍ତି ଏବଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।ସୋସିଆଲ ମିଡିଆରେ ଆସିଥିବା ଭିଡିଓରେ ଗୋବିନ୍ଦା ଏକ ହ୍ଵିଲ୍ ଚେୟାରରେ ବସିଥିବାର ସ୍ପଷ୍ଟ ଦେଖାଯାଉଛି। ଅଭିନେତାଙ୍କ ପତ୍ନୀ ଏବଂ ଝିଅ ଟିନା ତାଙ୍କ ସହ ନଜର ଆସିଛନ୍ତି। ସେ ହସ୍ପିଟାଲରୁ ବାହାରିବା ମାତ୍ରେ ଗୋବିନ୍ଦା ସମସ୍ତଙ୍କ ସାମ୍ନାରେ ହାତ ଯୋଡି ଧନ୍ୟବାଦ ଜଣାଇଥିଲେ।ସୂଚନାଯୋଗ୍ୟ, ଗତ ମଙ୍ଗଳବାର ସକାଳେ ଗୋବିନ୍ଦାଙ୍କ ସହ ଏକ ଦୁର୍ଘଟଣା ଘଟିଛି। ନିଜ ବନ୍ଧୁକରୁ ଗୁଳି ବାଜି ଆହତ ହୋଇଛନ୍ତି ଅଭିନେତା। ସକାଳେ ସେ କଲକାତା ଯିବାକୁ ବାହାରୁଥିବାବେଳେ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ କେସ୍ରେ ରଖୁଥିଲେ। ଏହି ସମୟରେ ଭୁଲବସତଃ ରିଭଲଭରଟି ତଳେ ପଡ଼ିଯାଇ ଗୁଳି ଫୁଟିଥିଲା ଏବଂ ଗୁଳି ଗୋବିନ୍ଦାଙ୍କ ଗୋଡ଼ରେ ବାଜିଥିଲା। ତୁରନ୍ତ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।