ସରକାର ୧୫୬ଟି ଫିକ୍ସ ଡୋଜ କମ୍ବିନେସନ ଔଷଧ ଉପରେ ବ୍ୟାନ୍ ଲଗାଇଛନ୍ତି। ଏହି ବ୍ୟାନ ହୋଇଥିବା ଔଷଧ ମଧ୍ୟରେ ରହିଛି ଜ୍ବର ଏବଂ ଥଣ୍ଡା, କାଶ, ଆଲର୍ଜୀ ଏବଂ ଚର୍ମ ରୋଗ ପାଇଁ ବ୍ୟବହାର ହେଉଥିବା ଆଣ୍ଟିବାୟୋଟିକ୍ ତଥା ମଲ୍ଟିଭିଟାମିନ୍ସ। ଏହା ମଧ୍ୟରେ ଅନେକ ଆଣ୍ଟିବାୟୋଟିକ, ପେନକିଲର ଓ ମଲ୍ଟିଭିଟାମିନ ରହିଛି। ମଣିଷ ଶରୀର ଉପରେ ଏଗୁଡିକର କୁପ୍ରଭାବ ପକାଉଥିବାରୁ ଏହି ଔଷଧ ଗୁଡିକ ଉପରେ କଟକଣା ଲଗାଯାଇଛି। ବ୍ୟାନ୍ ହୋଇଥିବା କିଛି ପ୍ରମୁଖ ଏଫଡିସି ଔଷଧ ହେଲା
Aceclofenac 50mg + Paracetamol 125mg tablet, Mefenamic Acid Paracetamol Injection, Cetirizine HCl Paracetamol Phenylephrine HCl, Levocetirizine Phenylephrine HCl Paracetamol, Paracetamol Chlorpheniramine Maleate Phenyl Propanolamine and Camylofin Dihydrochloride 25 mg Paracetamol 300m. ଆହୁରି ମଧ୍ୟ ପାରାସିଟାମୋଲ, ଟ୍ରାମାଡୋଲ, ଟରିନ ଏବଂ କ୍ୟାଫିନ୍ର କମ୍ବିନେସନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଟ୍ରାମାଡୋଲ ହେଉଛି ଏକ ଓପିଓଇଡ୍ ଆଧାରିତ ପେନ୍ କିଲର ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।