ଜମି ଅଭାବ ଯୋଗୁ ସିଙ୍ଗାପୁର ଶନିବାର ଘୋଡ଼ା ଦୌଡ଼ର ୧୮୨ ବର୍ଷ ପ୍ରାଚୀନ ବ୍ରିଟିଶ ଶାସନ କାଳର ପରମ୍ପରାକୁ ଗୁଡବାୟ କହିଛି। କ୍ରାଞ୍ଜିର ପ୍ରତିଷ୍ଠିତ ସିଙ୍ଗାପୁର ଟର୍ଫ କ୍ଲବ (ଏସଟିସି) ରେସକୋର୍ସ ହାଉସିଂ ଓ ଅନ୍ୟ ବିକାଶ ପ୍ରକଳ୍ପକୁ ସ୍ଥାନଦେବା ପାଇଁ ନିଜ ଦ୍ୱାରକୁ ସବୁଦିନ ନିମନ୍ତେ ବନ୍ଦ କରିଦେଇଛି। ସିଙ୍ଗାପୁରରେ ଏସଟିସି ୧୮୪୨ରୁ ଘୋଡା ଦୌଡ଼ ପସନ୍ଦ କରୁଥିବା ଲୋକଙ୍କ ଠିକଣା ହୋଇ ରହିଥିଲା। ଏସଟିସି ୧୮୨ ବର୍ଷର ଯାତ୍ରାକୁ ୧୦ଟି ଦୌଡରେ ଭବ୍ୟ ବିଦାୟୀ ସହିତ ସମାପନ କରିଛି। ଏହି ସମାପନ ଉତ୍ସବ ୧.୩୮ ମିଲିୟନ ସିଙ୍ଗାପୁର ଡଲାରର ଗ୍ରାଣ୍ଡ ସିଙ୍ଗାପୁର ଗୋଲ୍ଡ କପରେ ହୋଇଛି। ଏସଟିସି ରେସକୋର୍ସର ୧୨୪ ହେକ୍ଟର ଜମି ମାର୍ଚ୍ଚ ୨୦୨୭ ସୁଧା ସିଙ୍ଗାପୁର ସରକାରଙ୍କୁ ହସ୍ତାନ୍ତରିତ କରିଦିଆଯିବ। ସିଙ୍ଗାପୁରରେ ୧୮୦ ବର୍ଷ ପୂର୍ବେ ସ୍କଟଲ୍ୟାଣ୍ଡ ବ୍ୟବସାୟୀ ୱିଲିୟମ ହେନରୀ ମ୍ୟାକଲିୟୋଡ ରିଡ ଘୋଡ଼ାଦୌଡ଼ ଆରମ୍ଭ କରିଥିଲେ।