ଦୀପାବଳି ପାଇଁ ଜୁଏଲରୀ ଦୋକାନରେ ଲାଗିଛି ଗ୍ରାହକଙ୍କ ଗହଳି । ସୁନା ଦୋକାନକୁ ଯାଇ ମନ ପସନ୍ଦର ଅଳଙ୍କାର କିଣୁଛନ୍ତି ଗ୍ରାହକ । ଏଥିପାଇଁ ବିଭିନ୍ନ ଜୁଏଲରୀ ସୋ’ରୁମ୍ ଆକର୍ଷଣୀୟ ଅଳଙ୍କାର ରଖିଛନ୍ତି । ଯଦି ସୁନା କିଣିବାକୁ ଯାଉଛନ୍ତି ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୪, ହଜାର ୪୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୮୧ ହଜାର ୧୬୦ ଟଙ୍କା ରହିଛି ।
ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୪,୪୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୮୧,୧୬୦ ଟଙ୍କା ହୋଇଛି ।ଅପରପକ୍ଷରେ ଘରୋଇ ପାଞ୍ଜି ଗଣନା ଅନୁଯାୟୀ ଚଳିତ ବର୍ଷ ଓଡ଼ିଶାରେ ଧନ୍ତେରସ୍ କ୍ରମାଗତ ୨ ଦିନ ଧରି ପାଳନ ହେଉଛି। ଏହି ୨ ଦିନ ଯାକ ଓଡ଼ିଶା ବଜାରର ବ୍ୟବସାୟୀମାନେ ବ୍ୟାପକ ପ୍ରସ୍ତୁତ କରିଛନ୍ତି। ଫଳରେ ଧନ୍ତେରସ୍ର ପ୍ରଥମ ଦିନର କାରବାର ପ୍ରାୟ ୧୦୦କୋଟି ଛୁଇଁଥିବା ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ଆକଳନ କରାଯାଇଛି।