ନଭେମ୍ବର ୮ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଅଭିଯାନ ଆରମ୍ଭ କରିବ ଭାରତ। ତେବେ ଏହି ସିରିଜ ପାଇଁ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଦଳ ସହ ଦକ୍ଷିଣ ଆଫ୍ରିକା ଗସ୍ତ କରିବେ ନାହିଁ। ତାଙ୍କ ସ୍ଥାନରେ ଭିଭିଏସ୍ ଲକ୍ଷ୍ମଣ ଏହି ସିରିଜରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇବେ।ସୂଚନାଯୋଗ୍ୟ, ଏହା ପୂର୍ବରୁ ରାହୁଲ ଦ୍ରାବିଡ଼ ଯେବେ ବ୍ରେକ ନେଉଥିଲେ ସେହି ସମୟରେ ଭିଭିଏସ ଲକ୍ଷ୍ମଣ ସର୍ବଦା ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ଵ ସମ୍ଭାଳୁଥିଲେ। ଭିଭିଏସ ଲକ୍ଷ୍ମଣ ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ର ନିର୍ଦ୍ଦେଶକ ଅଛନ୍ତି। ଏହା ସହିତ ୧୯ ବର୍ଷରୁ କମ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ପଦରେ ଅଛନ୍ତି।