ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି ଆପ୍ ଲଞ୍ଚ ହୋଇଛି ଯାହାଦ୍ୱାରା ଆପଣ ଶସ୍ତାରେ ଟ୍ରେନ୍, ବସ୍ ଓ ବିମାନ ଟିକେଟ୍ ବୁକିଂ କରିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ପ୍ରିମିୟମ ଚାର୍ଜ ଦେବାକୁ ପଡିବନାହିଁ। ଏହି ଆପ୍ର ନାଁ ହେଉଛି ଆଦାନୀ ଓ୍ବାନ ଆପ୍। ଏଥିରେ ଆପଣ ଟିକେଟ୍ ବୁକ୍ିଂ କରିବା ସହ ବିଭିନ୍ନ ଅଫର୍ର ମଧ୍ୟ ଫାଇଦା ଉଠାଇପାରିବେ। ଆଉ ଯାତ୍ରାବେଳେ ଖାଦ୍ୟ ଅର୍ଡର କରି ମଧ୍ୟ ଖାଇପାରିବେ। ଆଦାନୀ ଓ୍ବାନ ଆପ୍କୁ ଆଣ୍ଡ୍ରଏଡ କିମ୍ବା ଆଇଓଏସରେ ମଧ୍ୟ ଡାଉଡ଼ଲୋଡ କରିପାରିବେ।ଅନ୍ତର୍ଜାତୀୟ ବିମାନ ଟିକେଟ ବୁକିଂରେ ଆପଣ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ।ଏହାର ଉଭୟ ଆପ୍ ଏବଂ ୱେବସାଇଟ୍ ଉପଲବ୍ଧ ଏବଂ ଆପଣ ଏହାର ସାହାଯ୍ୟରେ ସମଗ୍ର ପ୍ରକ୍ରିୟା ସଂପୂର୍ଣ୍ଣ କରିପାରିବେ।ୟୁପିଆଇ ପେମେଣ୍ଟ କରିବା ଦ୍ଵାରା ୩୫୦ ଟଙ୍କା ରିହାତି ପାଇପାରିବେ। ଏହାର ଅର୍ଥ ହେଉଛି, ମୋଟାମୋଟି, ରିହାତି ଅଫର ଦୃଷ୍ଟିରୁ ଏହା ବହୁତ ସକାରାତ୍ମକ ମନେହୁଏ। ସର୍ବୋପରି ଦେଖିବାକୁ ଗଲେ ରିହାତି ଓ ଅଫର୍ ଦୃଷ୍ଟିରୁ ଏହି ଆପ୍ ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇପାରେ।