ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ସମିଆଁ ପଞ୍ଚାୟତର ଭାଲୁଖାଇ ଜଙ୍ଗଲରେ ଜଣେ ଆଦିବାସୀ ମହିଳାଙ୍କୁ ୨ ଜଣ ଦୁର୍ବୃତ୍ତ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ଖବର ଅନୁଯାୟୀ, ସାମିଆ ପଞ୍ଚାୟତର ଜଣେ ଆଦିବାସୀ ମହିଳା ଛେରି ଚରାଇବାକୁ ଯାଇଥିଲେ । ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଦୁର୍ବୃତ୍ତ ମହିଳାଙ୍କୁ ଏକୁଟିଆ ପାଇଁ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ । ପରେ କୌଶଳକ୍ରମେ ମହିଳା ଜଣଙ୍କ ଘଟଣାସ୍ଥଳରୁ ଖସିଯାଇ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଅଧିକାରୀ ତଦନ୍ତ କରି ଗାଁଠୁ କିଛି ଦୂରରୁ ଦୁଇ ଅଭିଯୁକ୍ତଙ୍କୁ ଧରିବାର ସକ୍ଷମ ହୋଇଛି ।ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।