ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀରେ ଗଣେଶ ପୂଜା ପାଳନ କରାଯାଏ। ବିଶ୍ୱାସ ଅନୁଯାୟୀ ଏହି ତିଥିରେ ଗଣେଶଙ୍କ ଜନ୍ମ ହୋଇଥିବାରୁ ଗଣେଶ ଚତୁର୍ଥୀ ଭାବେ ସବୁଠି ପାଳନ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥକୁ ବେଶ ଧୁମଧାମରେ ପାଳନ କରାଯାଏ। ଗଣେଶ ଚତୁର୍ଥୀ ଦିନଠାରୁ ୧୦ଦିନ ପର୍ଯ୍ୟନ୍ତ ଲୋକମାନେ ନିଜ ଘରେ ଗଜାନନଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା କରିଥାନ୍ତି। ଏହି ଦିନ ରବି ଯୋଗ, ବ୍ରହ୍ମଯୋଗ ଓ ସର୍ବସ୍ଥ ସିଦ୍ଧି ଯୋଗ ପଡ଼ିଛି।ସେପ୍ଟେମ୍ବର ୬ତାରିଖ ସକାଳ ୯ଟା ୨୫ରୁ ୭ତାରିଖ ମଧ୍ୟାହ୍ନ ୧୨ଟା ୩୪ମିନିଟ ପର୍ଯ୍ୟନ୍ତ ରବି ଯୋଗ ଗଠିତ ହେଉଛି। ଏହାସହିତ ୭ତାରିଖ ଦିନ ୧୧ଟା ୧୫ରେ ବ୍ରହ୍ମଯୋଗ ରହିଥିବାରୁ ଏହି ଯୋଗରେ ଗଣେଶଙ୍କୁ ପୂଜା କଲେ ଅନେକ ଶୁଭଫଳ ପ୍ରାପ୍ତି ହେବ।