ଆଜି ହେଉଛି ପବିତ୍ର ଗାନ୍ଧୀ ଜୟନ୍ତୀ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୩ ତମ ଜୟନ୍ତୀ । ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ।ସେହିପରି ଆଜି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ମଧ୍ୟ ଜନ୍ମଦିନ । ୧୯୦୪ ମସିହାରେ ମୋଗଲ ସରାଇର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ଶାସ୍ତ୍ରୀଜୀ ପିଲାଟି ବେଳୁ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ । ମହାତ୍ମା ଗାନ୍ଧୀଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ ଶାସ୍ତ୍ରୀଜୀ। ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ‘ଜୟ ଜବାନ ଏବଂ ଜୟ କିଶାନ’ ସ୍ଲୋଗାନ ପାଇଁ ଶାସ୍ତ୍ରୀଜୀ ଦେଶବାସୀଙ୍କ ନିକଟରେ ଅମର ହୋଇ ରହିଛନ୍ତି।ଆଜି ତାଙ୍କ ଜନ୍ମ ଦିବସରେ ସାରା ଦେଶ ତାଙ୍କୁ ମନେ ପକାଉଛି।