ରତ୍ନଭଣ୍ଡାର ମରାମତି କାର୍ଯ୍ୟ ତଦାରଖ କଲେ ଗଜପତି ମହାରାଜା। ଆଜି ଗଜପତି ମହାରାଜା ଦିବ୍ୟ ସିଂହଦେବ ରତ୍ନଭଣ୍ଡାର କାର୍ଯ୍ୟ ତଦାରଖ କରି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଛନ୍ତି। ନୀଳାଦ୍ରି ବିଜେ ସୁଦ୍ଧା ମରାମତି ସମ୍ପୂର୍ଣ୍ଣ ହୋଇଯିବ ବୋଲି କହିଛନ୍ତି। ମନ୍ଦିର ନିର୍ମାଣ ଶୈଳିରେ ସମସ୍ତ ମରାମତି କାମ ହୋଇଛି । ପ୍ରାୟ ୬ ଶହ ପଥର କଢ଼ା ଯାଇ ନୂଆ ପଥର ଲାଗିଛି ।
ମହାପ୍ରଭୁ ରତ୍ନ ସିଂହାସନକୁ ଆସିଲା ପରେ ଗଣତି ମଣତି । ଗଣତି ମଣତି ରାଜ୍ୟ ସରକାରଙ୍କ ପରାମର୍ଶରେ ଅତିଶୀଘ୍ର ହେବ । ଆଜି ଶ୍ରୀମନ୍ଦିରରେ ପହଞ୍ଚି କାର୍ଯ୍ୟର ସମୀକ୍ଷା କରିଥିଲେ ଗଜପତି ମହାରାଜ । ତାଙ୍କ ସହ ଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏଏସଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡ଼ନାୟକ । ଦକ୍ଷିଣ ଦ୍ବାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ଗଜପତି । ସେପଟେ ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଗଜପତି ନିଜେ ତଦାରଖ କରି ବୈଷୟିକ କମିଟିକୁ ଧନ୍ୟବାଦ ଦେଇଛନ୍ତି । ଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟତଃ ଶେଷ ହୋଇଛି । ବାହାର ରତ୍ନଭଣ୍ଡାର କାମ ଦିନେ ଦୁଇ ଦିନ ଭିତରେ ଶେଷ ହେବ ।