ଦେଶର ଲୋକପ୍ରିୟ ମସଲା ବ୍ରାଣ୍ଡ୍ ଗୁଡିକର ଗୁଣବତ୍ତା ନେଇ ଏବେ ବଡ଼ ପ୍ରଶ୍ନବାଚୀ । ବିଦେଶରେ ଏହି ମସଲା ବ୍ରାଣ୍ଡ୍ ଗୁଡିକର ବିଶ୍ୱସନୀୟତାକୁ ସନ୍ଦେହ ଘେରରେ ପକାଇଥିଲା । ବିଭିନ୍ନ ଦେଶ ବିଭିନ୍ନ ମସଲା ବ୍ରାଣ୍ଡ୍ ଉପରେ ବ୍ୟାନ ଲଗାଇବା ପରେ ପୁଣି ଥରେ ମସଲାକୁ ନେଇ ଆଉ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଦାବି କରିଛି ଯେ ଭାରତୀୟ ମସଲାର ପ୍ରାୟ ୧ ୨ ପ୍ରତିଶତ ନମୁନା ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ଇଣ୍ଡିଆ(ଏଫଏସଏସଏଆଇ) ପରୀକ୍ଷାରେ ବିଫଳ ହୋଇଛି। ଏଗୁଡ଼ିକ ଗୁଣବତ୍ତା ଏବଂ ନିରାପତ୍ତା ମାନଦଣ୍ଡ ପୂରଣ କରିନାହାଁନ୍ତି। ଏମ୍ଡିଏଚ୍ ଏବଂ ଏଭରେଷ୍ଟ ଭଳି ୨ ପ୍ରମୁଖ ମସଲା ବ୍ରାଣ୍ଡରେ ଉଚ୍ଚ ମାତ୍ରାରେ କୀଟନାଶକ ବ୍ୟବହାର ହେଉଥିବା ଅଭିଯୋଗ ଆଣି ଏହାକୁ ଏପ୍ରିଲରେ ବ୍ୟାନ କରିଥିଲା ହଂକଂ ।
ଭାରତୀୟ ମସଲା ଶିଳ୍ପ ପାଇଁ ଏହା ଏକ ବଡ ସମସ୍ୟାରେ ପରିଣତ ହୋଇଛି। ବ୍ରିଟେନ ପରେ ବର୍ତ୍ତମାନ ଭାରତର ବଡ ମସଲା ବ୍ରାଣ୍ଡ ମଧ୍ୟ ନ୍ୟୁଜିଲ୍ୟାଣ୍ଡ, ଆମେରିକା ଏବଂ ଅଷ୍ଟ୍ରେଲିଆରେ କଡା ଯାଞ୍ଚର ସମ୍ମୁଖୀନ ହେଉଛନ୍ତି। ଭାରତୀୟ ମସଲାର ଚାହିଦା ୟୁରୋପ, ଏସିଆ ଏବଂ ଉତ୍ତର ଆମେରିକାରେ ରହିଛି । ରିୟଟର୍ସ ହାତରେ ଲାଗିଥିବା ଆର୍ଟିଆଇ ଡାଟା ମୁତାବକ, ମେରୁ ଜୁଲାଇ ମଧ୍ୟରେ ପରୀକ୍ଷଣ ଲାଗି ସଂଗ୍ରହ କରାଯାଇଥିବା ୪୦୫୪ ମସଲା ନମୁନା ମଧ୍ୟରୁ ୪୭୪ଟି ଗୁଣବତ୍ତା ଏବଂ ସୁରକ୍ଷା ମାନକ ପରୀକ୍ଷାରେ ବିଫଳ ହୋଇଥିଲା । କେଉଁ ବ୍ରାଣ୍ଡ୍ଗୁଡିକର ମସଲା ଏହି ପରୀକ୍ଷାରେ ବେଶି ମାତ୍ରାରେ ବିଫଳ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।