ଏବେ ଆସୁଛି ଶୀତ ଦିନ। ଶୀତଦିନ ଅନେକ ଲୋକଙ୍କର ପ୍ରିୟ ହେଲେ ମଧ୍ୟ ଓ ଉପକାରୀ ହେଲେ ମଧ୍ୟ ଗୋଇଠି ଫାଟିବା ଏହି ଋତୁର ପ୍ରଧାନ ସ୍ୱାସ୍ଥ୍ୟ ସମସ୍ୟା ରୂପେ ଉନ୍ମୋଚିତ ହୋଇଥାଏ।ଏହା ବହୁତ ଲୋକଙ୍କର ସମସ୍ୟା ସୃଷ୍ଟି କରିଥାଏ।
ତେଣୁ ପ୍ରତ୍ୟେକ ବ୍ୟକ୍ତି ଏଥିରୁ ଉପଶମ ପାଇବାକୁ ଚାହାନ୍ତି।ତେବେ ଏଥିରୁ ମୁକ୍ତି ପାଇଁ ପ୍ରଥମେ ରାତିରେ ଶୋଇବା ପୂର୍ବରୁ veselin ମଲମ ପାଦରେ ଲଗାଇବା ଓ ତାପରେ ମୋଜା ପିନ୍ଧି ଶୋଇବ। ଦେଖିବେ ସକାଳୁ ଏହା ବହୁତ ଫଳପ୍ରଦ ହେବ।ପାଦ ନରମ ହେବା ସହିତ ଫାଟିବା ଯନ୍ତ୍ରଣାରୁ ଉପଶମ ମିଳିବ। ଦ୍ୱିତୀୟ ଉପଚାର ରେ ଏକ ପାତ୍ରରେ କିଛି ଗରମ ପାଣି ନେବା। ଯେମିତି ପାଦ ସମ୍ପୂର୍ଣ୍ଣ ବୁଡି ପାରୁଥିବ।ସେଥିରେ କିଛି ଲୁଣ ମିଶାଇବେ ଯାହାକି ବହୁତ ଉପକାରୀ ଅଟେ।ଓ ତାପରେ ସେଥିରେ କିଛି ସାମ୍ଫ ମିଶାଇବା।୬ ରୁ ୭ ମିନିଟ ଯାଏ ନିଜ ପାଦକୁ ଭଲଭାବରେ ସଫା କରିବେ। ଓ ପରେ ପାଦକୁ ଭଲ ଭାବରେ ଏକ ଶୁଖିଲା କପଡ଼ାରେ ପୋଛିଦେବେ ଓ ତାପରେ ପୂର୍ବରୁ ନେଇଥିବା ମିଶ୍ରଣକୁ ନିଜ ପାଦ ଓ ଗୋଇଠିରେ ଭଲ ଭାବରେ ଲଗାଇବା।ସପ୍ତାହକୁ ୨ କି ୩ ଥର କରିବା ଦ୍ୱାରା ଏହା ଫାଟିଯାଇଥିବା ଗୋଇଠି ପାଇଁ ବହୁତ ଉପକାରୀ ଅଟେ।ଏଥିରେ ଳେମ୍ବୁ ରସ ମିଶାଇଲେ ଏହା ମଧ୍ୟ ଆହୁରି ଉପକାରୀ ହୋଇଥାଏ।