ନୂଆବର୍ଷରେ ଆମିଷ ବଜାରର ଚାହିଦା। ଆମିଷ କିଣିବାକୁ ଲୋକଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଛି । ମାଂସ ଭଳି ମାଛର ବି ଚାହିଦା କିଛି କମ ନାହିଁ । ବିଭିନ୍ନ ପ୍ରକାର ମାଛ ଭିତରୁ ଗ୍ରାହକ ନିଜ ମନପସନ୍ଦର ମାଛ କିଣିବାକୁ ଆଗ୍ରହ ଦେଖାଉଛନ୍ତି । ଗ୍ରାହକଙ୍କ ଆଗ୍ରହକୁ ଦେଖି ମାଛ, ଚିକେନ୍ ଏବଂ ମଟନ ଦୋକାନୀ ମଧ୍ୟ ଦୋକାନରେ ମାଲ୍ ଗଦା କରି ରଖିଛନ୍ତି । ଆଖି ପିଛୁଳାକେ ଦୋକାନରୁ ଖାଲିହେବାରେ ଲାଗିଛି, ଜିନିଷ । ରୋହି, ଭାକୁର, ମିରିକାଳୀ, ଖଇଙ୍ଗା ମାଛର ଚାହିଦା ଅଧିକ ରହିଛି । ଦର ଅଧିକ ରହିଛି ତଥାପି ଭିଡ ଦର୍ଶାଉଛି ବୁଧବାର ପାଇଁ ଆମିଷ ବଜାରର ଚାହିଦା ଅଧିକ ରହିଛି । ନୂଆ ବର୍ଷ ପାଇଁ ଭୁବନେଶ୍ୱର ୪ ନମ୍ବର ଆମିଷ ବଜାରରେ ଜମିଛି ଗ୍ରାହକଙ୍କ ଭିଡ। ଖାସି ମାଂସ ସମେତ ନଦୀ ମାଛ ଓ ସମୁଦ୍ର ମାଛ କିଣିବା ପାଇଁ ବଢିଛି ଆଗ୍ରହ ।ରାଜଧାନୀରେ ମଟନ୍ କିଲୋ ପିଛା ୭୫୦ ଟଙ୍କା ଥିବାବେଳେ ଭାକୁରମାଛ କିଲୋ ୨୦୦ ଟଙ୍କାରେ ବିକ୍ରି ହେଉଛି । ରୋହି ମାଛ ୧୭୦ ଟଙ୍କା ପ୍ରତି କିଲୋ ବିକ୍ରି କରୁଛନ୍ତି ଦୋକାନୀ ।
ଚିକେନ୍ ଦର ମଧ୍ୟ ଅପରିବର୍ତ୍ତିତ ରହି କିଲୋ ପିଛା ୨୦୦ ଟଙ୍କାରେ ବିକ୍ରି କରାଯାଉଛି । ଅଣ୍ଡା ଡଜନ୍ ୯୬ ଟଙ୍କାରେ ବିକ୍ରି କରାଯାଉଛି । ବାଗ୍ଦା ଚିଙ୍ଗୁଡ଼ି ଦାମ୍ ୬୫୦ କିଲୋ ରହିଛି । ଇଲିଶି ମାଛର ଦାମ୍ ୧୮୯୯ ପାଖାପାଖି ୨୦୦୦ ଟଙ୍କା ରହିଛି । ଦାମ୍ ଅଧିକ ହେଲେ ବି ଲୋକ କିନ୍ତୁ ଆମିଷ କିଣା ପାଇଁ ନୂଆ ବର୍ଷରେ ମଉକା ଛାଡ଼ୁ ନାହାନ୍ତି ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।