ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରଠାରୁ ସଂଗୀତ ନିର୍ଦେଶକ ମହେଶ କାଲାଓ୍ବାଡିଆ ଓରଫ ମହେଶ ଜିରାଓ୍ବାଲା ନିଖୋଜ ଅଛନ୍ତି। ମହେଶ ରହସ୍ୟମୟ ଭାବେ ନିଖୋଜ ହୋଇଯିବା ସମସ୍ତଙ୍କୁ ଚକ୍କିତ କରିଛି।ତାଙ୍କୁ ଖୋଜିବା ପାଇଁ ପରିବାର ଡିଏନଏ ନମୁନା ଦାଖଲ କରିଛନ୍ତି। ତାଙ୍କ ମୋବାଇଲ୍ ଫୋନ୍ର ଶେଷ ଲୋକେସନ୍ ଦୁର୍ଘଟଣାସ୍ଥଳଠାରୁ ୭୦୦ମିଟର ଦୂରରେ ଥିବା ଟ୍ରାକ୍ କରାଯାଇଛି। ସୂଚନାମୁତାବକ ମହେଶ ୧୨ ତାରିଖ ଅପରାହ୍ନରେ ଲ’ ଗାର୍ଡେନ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଭେଟିବାକୁ ଯାଇଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି। ଅନ୍ୟପଟେ ପୁଲିସ ମହେଶଙ୍କ ଶେଷ ଲୋକେସନ ଟ୍ରାକ କରିଛି, ଯାହା ଦୁର୍ଘଟଣାସ୍ଥଳଠାରୁ ୭୦୦ ମିଟର ଦୂରରେ ଦେଖାଉଛି। ବିମାନ ଉଡ଼ାଣ ଆରମ୍ଭ କରିବାର ଗୋଟିଏ ମିନିଟ ପୂର୍ବରୁ ମହେଶ ଦୁର୍ଘଟଣାସ୍ଥଳଠାରୁ ୭୦୦ ମିଟର ଦୂରରେ ଥିଲେ। ତା’ ପରଠାରୁ ତାଙ୍କ ଲୋକେସନ ବନ୍ଦ ରହିଛି। ତେଣୁ ମହେଶଙ୍କୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି।